www.samajalive.in
Tuesday, December 9, 2025
16.1 C
Bhubaneswar

‘ନିିତି’ ଆୟୋଗର ଆକାଙ୍‌କ୍ଷୀ ଜିଲା ସର୍ଭେ ତାଲିକା : ଦେଶରେ ନୂଆପଡ଼ା ୨ୟ, କୋରାପୁଟ ୫ମ

ନୂଆଦିଲ୍ଲୀ : ଦ୍ରୁତଗତିରେ ବିକାଶ କରୁଥିବା ଆକାଙ୍‍କ୍ଷୀ ଜିଲା ମଧ୍ୟରୁ ସମଗ୍ର ଦେଶରେ (Most Improved Districts) ନୂଆପଡ଼ା ଜିଲା ଦ୍ୱିତୀୟ ଏବଂ କୋରାପୁଟ ଜିଲା ପଞ୍ଚମ ସ୍ଥାନ ଅଧିକାର କରିଛି। ଗତ ଜୁନ-ଅକ୍ଟୋବର ୨୦୧୮ ମଧ୍ୟରେ ନିତି ଆୟୋଗ ଦ୍ୱାରା ଦେଶର ବିଭିନ୍ନ ଆକାଙ୍‍କ୍ଷୀ ଜିଲାଗୁଡ଼ିକର ପ୍ରଗତି ନେଇ ସର୍ଭେ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଓ ଜଳସଂପଦ, ଅର୍ଥ ବ୍ୟବସ୍ଥା, ଦକ୍ଷତା ବିକାଶ ଏବଂ ମୌଳିକ ସୁବିଧାର ବିକାଶ ଆଦିକୁ ସର୍ଭେରେ ମାନଦଣ୍ଡ ଭାବେ ନିଆଯାଇଥିଲା। ଆକାଙକ୍ଷୀ ଜିଲାରେ ବସବାସ କରୁଥିବା ଏକ ଲକ୍ଷ ପରିବାରରୁ ସଂଗୃହୀତ ତଥ୍ୟ ଆଧାରରେ ନିତି ଆୟୋଗ ଜିଲା ତାଲିକା ପ୍ରସ୍ତୁତ କରିଛି। ଟାଟା ଟ୍ରଷ୍ଟ, ବିଲ୍‍ ଓ ମିଲିନ୍ଦା ଗେଟ ଫାଉଣ୍ଡେସନ ମିଳିତ ଭାବେ ନିତି ଆୟୋଗ ତରଫରୁ ଆକାଙକ୍ଷୀ ଜିଲାରୁ ତଥ୍ୟ ସଂଗ୍ରହ କରିଥିଲେ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories