ନୀତି ଆୟୋଗ ବୈଠକରେ ଉଠିଲା କେଜେରିୱାଲ-ଏଲଜି ବିବାଦ ପ୍ରସଙ୍ଗ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନଠାରେ ରବିବାର ଆୟୋଜିତ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅରବିନ୍ଦ କେଜେରିୱାଲ ଏବଂ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବିବାଦ ପ୍ରସଙ୍ଗ ଉଠିଛି। ବୈଠକ ଅବସରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଦିଲ୍ଲୀ ସମସ୍ୟା ନେଇ ଆଲୋଚନା କରିଥିଲେ। ୪ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଦିଲ୍ଲୀ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ ଲୋଡିଥିଲେ ବୋଲି ମମତା ବାନାର୍ଜୀ ଟ୍ୱିଟ୍‍ କରିଛନ୍ତି। ଏପଟେ କେଜେରିୱାଲ ଏକ ଟ୍ୱିଟ୍‍ କରି ଫସିଯାଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ନୀତି ଆୟୋଗ ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ଯୋଗଦାନକୁ ନେଇ କେଜେରିୱାଲ ଏକ ଟ୍ୱିଟ୍‍ କରିଥିଲେ। କିପରି ଜଣେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇପାରବେ ବୋଲି କେଜେରିୱାଲ ପ୍ରଶ୍ନ କରିବା ସହ ଅନିଲ ବୈଜାଲଙ୍କୁ ସେ ନୀତି ଆୟୋଗରେ ଯୋଗଦେବାକୁ ଅନୁମତି ଦେଇନଥିବା ଟ୍ୱିଟ୍‍ କରିଥିଲେ। କେଜେରିୱାଲଙ୍କ ଟ୍ୱିଟ୍‍ର କିଛି ସମୟ ପରେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଏହାକୁ ଖଣ୍ଡନ କରିଥିଲେ। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି ବୋଲି ସେ କହିଥିଲେ। ନୀତି ଆୟୋଗ ବୈଠକରେ ସାମିଲ ଲୋକଙ୍କ ନାମ ତାଲିକା ପ୍ରକାଶ କରାଯାଇଛି ଓ ଏଥିରେ ଅନିଲ ବୈଜାଲଙ୍କ ନାମ ନାହିଁ ବୋଲି ସେ ପ୍ରକାଶ କରିଥିଲେ।

kalyan agarbati
Leave A Reply