୨୦୨୪-୨୫ ଭାରତୀୟ ମହିଳା ଲିଗରେ ନୀତା ଫୁଟବଲ୍ ଏକାଡେମୀ ସାମିଲ

ଭୁବନେଶ୍ବର : ଭାରତରେ ଅଗ୍ରଣୀ ମହିଳା ଫୁଟବଲ ଲିଗ୍‍ ଭାରତୀୟ ମହିଳା ଲିଗ୍ (ଆଇଡବ୍ଲ୍ୟୁଏଲ୍)ର ୨୦୨୪-୨୫ ସଂସ୍କରଣରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଛି ନିତା ଫୁଟବଲ୍ ଏକାଡେମୀ । ୨୦୨୪ ମଇ ୨୮ ତାରିଖରେ ଗୋଆର ମାପୁସାସ୍ଥିତ ଡୁଲେର ଷ୍ଟାଡିୟମରେ ଶେଷ ହୋଇଥିବା ଦେଶର ଦ୍ବିତୀୟ ସ୍ତରୀୟ ମହିଳା ଫୁଟବଲ୍ ଲିଗ୍ ଆଇଡବ୍ଲ୍ୟୁଏଲ୍-୨ର ଉଦଘାଟନୀ ସଂସ୍କରଣରେ ଉପବିଜେତା ହୋଇ ଏନ୍ଏଫ୍ଏ ଏହି ଗୌରବ ଅର୍ଜନ କରିଛି।

ଉଭୟ ଏନ୍ଏଫ୍ଏ ଓ ଶ୍ରୀଭୂମି ଫୁଟବଲ୍ କ୍ଲବ୍ (କୋଲକାତା) ୬ଟି ଦଳ ଅଂଶଗ୍ରହଣ କରିଥିବା ଫାଇନାଲ୍ ରାଉଣ୍ଡରେ ୧୦ ପଏଣ୍ଟ୍ ଲେଖାଏଁ ହାସଲ କରି ଟାଇଟଲ୍ ଦଖଲ କରିଥିଲେ। ଉଭୟ ଦଳ (ଏନଏଫ୍ଏ ଓ ଶ୍ରୀଭୂମି) ୮-୮ଗୋଲରେ ସମାନ ହୋଇଥିବାରୁ ଗୋଲ୍ ବ୍ୟବଧାନ ମଧ୍ୟ ଅଚଳାବସ୍ଥା ଭାଙ୍ଗି ପାରିନଥିଲା। ତେବେ ଶ୍ରୀଭୂମି ଏଫସି ଚାମ୍ପିୟନ ହେବା ସହ ଆଇଡବ୍ଲ୍ୟୁଏଲ୍ ୨୦୨୪-୨୫ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶ୍ରୀଭୂମି ଏଫସିଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଏନ୍ଏଫ୍ଏ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ପୁନରୁଦ୍ଧାର ପାଇଥିବା ଓଡ଼ିଶା ଦଳ ଏନ୍ଏଫ୍ଏ ତା’ର ଶେଷ ୪ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇ ଗୋଟିଏ ଡ୍ର କରି ଟାଇଟଲ ଦୌଡ଼କୁ ଫେରିଛି ।

Comments are closed.