ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ପରିଦର୍ଶନ କଲେ ସିକ୍କିମ ନିଟର ଛାତ୍ରଛାତ୍ରୀ
ରେଙ୍ଗାଲି : ଯୁବା ସଙ୍ଗମ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ ଅଧୀନରେ ସିକ୍କିମର ଜାତୀୟ ବୈଷୟିକ ପ୍ରତିଷ୍ଠାନ (ନିଟ୍)ର ଛାତ୍ରଛାତ୍ରୀ ମାନେ ଖିଣ୍ଡା ସ୍ଥିତ ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ନିଟ୍ ରାଉରକେଲାର ପ୍ରଫେସର ଶ୍ରୀନିବାସଙ୍କ ତତ୍ତ୍ୱାଧାନରେ ଆସିଥିବା ଛାତ୍ର-ଛାତ୍ରୀ ମାନଙ୍କୁ ସୁରେନ୍ଦ୍ର ସାଏ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ପିତାମ୍ବର ବିଶ୍ୱାଳ, ସମ୍ପାଦକ ସନ୍ତୋଷ ବିଶ୍ୱାଳ, କବିସୂର୍ଯ୍ୟ ରାଉତ,ସରିତ ବିଶ୍ୱାଳ, ଭବାନୀ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ମାତୃଭୂମି ଅନୁଷ୍ଠାନର ଅବାହକ ହେମନ୍ତ ପାଣ୍ଡେ ପ୍ରମୁଖ ବହୁ ସଦସ୍ୟଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଛାତ୍ର-ଛାତ୍ରୀ ମାନେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସୁରେନ୍ଦ୍ର ସାଏଙ୍କ ଅଣନାତି ଲାଲ୍ ଫକିର ସାଏଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ଅବସରରେ ମାତୃଭୂମି ଅନୁଷ୍ଠାନର ଆବାହକ ହେମନ୍ତ କୁମାର ପାଣ୍ଡେ ପରିଦର୍ଶନରେ ଆସିଥିବା ନିଟ୍ ଛାତ୍ର-ଛାତ୍ରୀଙ୍କୁ ସୁରେନ୍ଦ୍ର ସାଏଙ୍କ ଜୀବନୀ ଉପରେ ଅଧାରିତ ପୁସ୍ତକ ଉପହାର ପ୍ରଦାନ କରିଥିଲେ । ସିକ୍କିମ ନିଟର ଡଃ.କିର୍ତ୍ତି ତିଓାରୀ, ଡଃ. ସୁମିତ,ସିଦ୍ଧାର୍ଥ ପ୍ରଧାନ, ହିରନ୍ ନେପାଳ, ମିସ୍ ଚନ୍ଦା ମୁକ୍ତାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ଜନ୍ମପୀଠ ପରିଦର୍ଶନରେ ଆସିଥିଲେ।
ସୂଚନାଯୋଗ୍ୟ, ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ନିଟର ୩୧ ଜଣ ଛାତ୍ରଛାତ୍ରୀ ସିକ୍କିମ ଗସ୍ତ କରିଛନ୍ତି।
Comments are closed.