ନିରବ ଠକେଇ ମାମଲା ; ୧୭୩ ଚିତ୍ରକଳା ଜବତ

0

ନୂଆଦିଲ୍ଲୀ : ପିଏନ୍‌ବି ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ କିଛି କାର୍ଯ୍ୟାଳୟ ଉପରେ ଗତ ସପ୍ତାହରେ ଚଢାଉ ବେଳେ ଆୟକର ବିଭାଗ ୧୭୩ଟି ବହୁମୂଲ୍ୟ ଚିତ୍ରକଳା ଜବତ କରିଛି। ଏହି ଚିତ୍ରକଳାଗୁଡିକ ନିରବଙ୍କ ଦ୍ୱାରା ପ୍ରସ୍ତୁତ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ମୁମ୍ବଇର ଜେ. ଜେ. ଆର୍ଟ ପ୍ରତିଷ୍ଠାନ ସହାୟତାରେ ଏହି ଚିତ୍ରକଳାଗୁଡିକର ମୂଲ୍ୟାଙ୍କନ କରାଯାଉଛି। ଆୟକର ଆଇନ ଅନୁଯାୟୀ ଉକ୍ତ ଚିତ୍ରକଳାଗୁଡିକୁ ସ୍ଥାନାନ୍ତର ଅଥବା ବିକ୍ରି କରିବା ଉପରେ କଟକଣା ଲାଗୁ କରାଯାଇଥିବା ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗତସପ୍ତାହରେ ହାଇଦ୍ରାବାଦ୍‌ଠାରେ ନିରବଙ୍କ ମାମୁଁ ମେହୁଲ ଚୋକସିଙ୍କ ଗୀତାଞ୍ଜଳୀ ଗ୍ରୁପ୍‌ର ୧,୨୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଜଣାପଡିଛି। ଏଥିସହ ଗୀତାଞ୍ଜଳୀ ଗ୍ରୁପ୍‌ର ୬୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଏଥିରେ ୮୦.୦୭ କୋଟି ଟଙ୍କା ଥିବା କୁହାଯାଇଛି।

Leave A Reply