ନିପା ସଂକ୍ରମଣ : ସତର୍କତା ଅବଲମ୍ବନ କରୁଛି ଗୋଆ, ଗୁଜରାଟ ପ୍ରଶାସନ

0

କୋଝିକୋଡ/ନହାନ : ନିପା ସଂକ୍ରମଣ କେରଳରୁ କର୍ଣ୍ଣାଟକକୁ ବ୍ୟାପିଥିବା ବେଳେ ଇତିମଧ୍ୟରେ ଗୋଆ ଏବଂ ଗୁଜରାଟ ସରକାର ରାଜ୍ୟବାସୀଙ୍କୁ ଏହି ସଂକ୍ରମଣରୁ ଦୂରେଇ ରଖିବା ନିମନ୍ତେ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦାକ୍ଷିଣାତ୍ୟ ରାଜ୍ୟଗୁଡିକୁ ଯାତ୍ରା କରୁଥିବା ଗୁଜରାଟବାସୀଙ୍କ ଉପରେ କଡ଼ା ଦୃଷ୍ଟି ରଖିବାକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିବା ‘ଜାତୀୟ ସ୍ୱାସ୍ଥ୍ୟ ମିଶନ’ର ମିଶନ ନିର୍ଦେଶକ ଗୌରବ ଦହିୟା କହିଛନ୍ତି। ଅନ୍ୟପଟେ ଗୋଆରେ ଏଯାବତ୍‍ ନିପା ସଂକ୍ରମଣ ବ୍ୟାପିବାର କୌଣସି ସୂଚନା ନ ଥିଲେ ମଧ୍ୟ ଡାକ୍ତରମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‍ ରାଣେ ପ୍ରକାଶ କରିିଛନ୍ତି। କେରଳରେ ବାସ କରୁଥିବା ରାଜସ୍ଥାନର ବହୁ ମୂଳବାସିନ୍ଦା ନିଜର ପୈତୃକ ସ୍ଥାନକୁ ଯାତାୟାତ କରୁଥିବାରୁ ରାଜ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବା ରାଜସ୍ଥାନ ସରକାର ମଧ୍ୟ ଦର୍ଶାଇଛନ୍ତି। ଏନେଇ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କାଳିଚରଣ ସରାଫ କହିଛନ୍ତି।
ନିପାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ହିମାଚଳ ପ୍ରଦେଶର ନାହାନ ଜିଲା ଅନ୍ତର୍ଗତ ବୁର୍ମା ପାପରି ସ୍କୁଲ ପରିସରରୁ ୧୮ଟି ମୃତ ବାଦୁଡି ମିଳିବା ଘଟଣାରୁ ରାଜ୍ୟରେ ଆତଙ୍କ ଖେଳିଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମୃତବାଦୁଡିଗୁଡିକର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି।

Leave A Reply