mission shakti banner

ମେଲ୍‌ବୋର୍ଣ୍ଣରେ ପ୍ରଦର୍ଶିତ ହେବ ନୀଳମାଧବଙ୍କ ‘କାଲିର ଅତୀତ’

nua o banner

ଭୁବନେଶ୍ବର: ଜାତୀୟ ପୁରସ୍କାର ବିଜେତା ନିର୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ ‘ଇଣ୍ଡିଆନ୍‍ ଫିଲ୍ମ ଫେଷ୍ଟିଭାଲ୍‍ ଅଫ୍‍ ମେଲ୍‌ବୋର୍ଣ୍ଣ ୨୦୨୧’ ରେ ପ୍ରଦର୍ଶିତ ହେବ। ଜଳବାୟୁ ପରିବର୍ତ୍ତନର ବିପଦକୁ ଆକ୍ରୋଶମୂଳକ ଭାବେ ଆଲୋକପାତ କରୁଥିବା ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛି।

ଶ୍ରୀ ପଣ୍ଡା କହିଛନ୍ତି, ଏହି ଚଳଚ୍ଚିତ୍ରକୁ ଜୁଲାଇ ୨୦୨୧ରେ ‘ଲଣ୍ଡନ ଇଣ୍ଡିଆନ ଫେଷ୍ଟିଭାଲରେ’ ପ୍ରଦର୍ଶିତ କରାଯାଇଥିଲା। ଆସନ୍ତା ଅକ୍ଟୋବରରେ ‘ପାରାଗୁଏ ଅନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ’ରେ ମଧ୍ୟ ପ୍ରଦର୍ଶିତ କରାଯିବ। ଚଳଚ୍ଚିତ୍ର ତିଆରି ଆରମ୍ଭରୁ ଏହାର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ମୋ ଲକ୍ଷ୍ୟ ଥିଲା। ଚଳଚ୍ଚିତ୍ର ମାଧ୍ୟମରେ ମୁଁ ବାସ୍ତବ ଘଟଣାଗୁଡ଼ିକ ସମ୍ପର୍କରେ କହିବା ଏବଂ ଏଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି ବୋଲି ଶୀ ପଣ୍ଡା କହିଛନ୍ତି।

Comments are closed.