www.samajalive.in
Monday, December 15, 2025
24.1 C
Bhubaneswar

ଉଠିଲା ଠେଙ୍ଗା, ଫୁଟିଲା ଗୁଳି ନୀଳଗିରିରେ ଦୁଇ ଭାଲୁକୁ ହତ୍ୟା!

ନୀଳଗିରି : ନୀଳଗିରି ଅଞ୍ଚଳରେ ଦୁଇଟି ଭାଲୁକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୋଟିଏ ଭାଲୁକୁ ଗୁଳି ମରାଯାଇଥିବା ବେଳେ ଅନ୍ୟଟିକୁ ଠେଙ୍ଗାରେ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ବନ୍ୟଜନ୍ତୁଙ୍କ ପ୍ରତି ଏଭଳି ଆଚରଣକୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏହାକୁ କେତେକ ବନବିଭାଗ ଉପରେ ଆକ୍ରୋଶ ରଖି ହତ୍ୟା ବୋଲି ମଧ୍ୟ କହୁଛନ୍ତି।
ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ଚନ୍ଦ୍ରପୁର ଗାଁରେ ଥିବା ଏକ ଗଛମୂଳରେ ଗୋଟିଏ ମୃତ ଅଣ୍ଡିରା ଭାଲୁକୁ ବସାଇ ଦିଆଯାଇଥିବା ବୁଧବାର ଠାବ କରାଯାଇଥିଲା। ଭାଲୁଟିକୁ ଗୁଳିକରି ହତ୍ୟା କରାଯାଇଥିବା ସମ୍ପର୍କରେ କେତେକ କହୁଥିବା ବେଳେ ଏହା ଘା’ ହୋଇ ମରିଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଏହି ଭାଲୁଟିକୁ କୁଲଡିହା ଜଙ୍ଗଲ ପାଶ୍ୱର୍ରୁ ଗୁଳିକରି ହତ୍ୟା କରାଯିବା ପରେ ମୃତଦେହକୁ ନୀଳଗିରି ରେଞ୍ଜ୍‍ ଅଞ୍ଚଳରେ ପକାଇ ଦିଆଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ମୃଦଦେହକୁ ବିଭିଓ ଡା. ତପନ ଦ୍ୱିବେଦୀ ବ୍ୟବଛେଦ କରିଛନ୍ତି। ରିପୋର୍ଟ ଆସିବା ପରେ ଭାଲୁ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କୁହାଯାଇଛି। ଅପରପକ୍ଷରେ ଗରଡ଼ିହି ପଞ୍ଚାୟତର ଏକ ଗାଁରେ ୨/୩ଦିନ ପୂର୍ବରୁ ଏକ ଭାଲୁକୁ ସ୍ଥାନୀୟ କେତେକ ଲୋକେ ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories