www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଟୀକା ନେବାର ୨ମାସ ପରେ ; ଶରୀରରେ ସୃଷ୍ଟି ହେଉଛି ଚୁମ୍ବକୀୟ କ୍ଷେତ୍ର !

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଅଟୋ ଚାଳକ କରୋନା ଟୀକା ନେବାର ଦୁଇ ମାସ ପରେ ତାଙ୍କ ଶରୀରରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି।
ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଅଧୀନ ମଲ୍ୟାଣି ଗାଁର ରାଜେନ୍ଦ୍ର ମହାପାତ୍ର (୪୭) ନାମକ ଜଣେ ଅଟୋ ଚାଳକଙ୍କୁ ବାଲେଶ୍ୱରରେ ରହୁଥିବା ତାଙ୍କ ଭିଣୋଇଙ୍କ ଦେହରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ସେ ଏକ ଫଟୋ ପଠାଇଥିଲେ। ଏଥିରେ ସମ୍ପୃକ୍ତ ଅଟୋ ଚାଳକ ଶଳା-ଭିଣୋଇର ମଜା ଭାବି କଥାକୁ ଏଡ଼ାଇ ଦେଇଥିଲେ। କିନ୍ତୁ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ସେ ପରିବାର ଲୋକଙ୍କ ସହ ବସି କଥା ହେଉଥିବା ସମୟରେ ଭିଣୋଇଙ୍କ କଥାକୁ ପରୀକ୍ଷା କରିବା ଉଦେଶ୍ୟରେ ଦେହରେ ଏକ କଣ୍ଟା ଚାମଚ ଦେଖାଇବାରୁ ତାହା ଟାଣି ରଖିଥିଲା। ପରେ ଚାବିକାଠି, ଏକାଧିକ ଚାମଚ, କଣ୍ଟା ଚାମଚ, ଜିଭ ପାତିଆ ପ୍ରଭୃତି ଦେଖାଇବାକୁ ତାହା ଦେହରେ ଲାଗି ରହିଥିଲା।
ସମ୍ପୃକ୍ତ ବ୍ୟକ୍ତି ଗତ ଏପ୍ରିଲ ୨୬ତାରିଖରେ କରୋନା ଟୀକା ନେଇଥିଲେ। ଦ୍ୱିତୀୟ ଟୀକା ନେବାକୁ ସମୟ ହୋଇ ଯାଇଥିଲେ , ତାଙ୍କୁ ଏଯାବତ ଟୀକାକରଣ କରାଯାଇନି। କେବଳ ରାଜେନ୍ଦ୍ର ନୁହଁ, ତାଙ୍କ ଭଉଣୀ ତଥା ଜାମୁଡ଼ିହା ଅଙ୍ଗନବାଡ଼ି ଦିଦିଙ୍କ ଦେହରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି। ଏଭଳି ଏକ ଅଜବ ଘଟଣାକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ଏହା ଟୀକାର ପାଶ୍ୱର୍ ପ୍ରତିକ୍ରିୟା ନା ଆଉ କିଛି ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ସେପଟେ କୋଭିଡ କାର୍ଯ୍ୟ କରୁଥିବା ବରହମପୁର ଡାକ୍ତରଖାନାର ଇନଚାର୍ଜ ଡା. ସୂରଜ ଜେନାଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ଏଭଳି ହେବା କଥା ନୁହଁ, ଏହି ଘଟଣା ସମ୍ବନ୍ଧରେ ଗବେଷଣା ଜରୁରୀ ବୋଲି କହିଛନ୍ତି। ତେବେ ନୀଳଗିରିରେ ଏଭଳି ପ୍ରଥମଥର ଅଜବ ଘଟଣା ଘଟିଥିବାରୁ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories