www.samajalive.in
Sunday, December 7, 2025
18.1 C
Bhubaneswar

ନୀଳଗିରି ଏସଡିପିଓଙ୍କ ଚଢାଉ ; ବିପୁଳ ବିଦେଶୀ ମଦ ଜବତ

ନୀଳଗିରି: ତାଲାବନ୍ଦ ଓ ସପ୍ତାହନ୍ତ ତାଲାବନ୍ଦ ସମୟରେ ଘର ଭିତରେ ବସି ଝରକା ଫାଙ୍କରେ ବିଦେଶୀ ମଦ ବିକ୍ରି କରୁଥିବା ଜଣେ ମଦବେପାରୀକୁ ଗିରଫ କରାଯାଇଛି।  ବିପୁଳ ବିଦେଶୀ ମଦ ଜବତ ହୋଇଛି।
ବାଲେଶ୍ୱର ଜିଲାର ନୀଳଗିରି ଥାନା ଅଧୀନ ନିଶଙ୍ଖପୁର ଗାଁର ଜୟନ୍ତ ମଲିକ ନାମକ ଜଣେ ଯୁବକ ଘରେ ରହି ମଦ ବେପାର କରୁଥିବା ସମ୍ପର୍କରେ ସ୍ଥାନୀୟ ଏସଡିପିଓ ରୀତେଶ ମହାପାତ୍ରଙ୍କୁ ଖବର ଆସିଥିଲା। ଏନେଇ ଶ୍ରୀ ମହାପାତ୍ର ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରି ଚଢାଉରେ ଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ମଦ ବିକ୍ରି କରୁଥିବା ସମୟରେ ପୁଲିସ ତାକୁ କାବୁ କରିଛି। ତା’ଠାରୁ ବିଭିନ୍ନ ନାମିଦାମୀ କମ୍ପାନୀର ୨୫ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ଉରେ ସବଇନ୍ସପେକ୍ଟର ବାସୁଦେବ ଜୟସିଂ, ଟାଉନ ହାବିଲଦାର ଯଦୁନାଥ ସେଠୀଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ଥିଲେ। ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ସମ୍ପୃକ୍ତ ଗିରଫ ମଦ ବେପାରୀକୁ କୋର୍ଟଚାଲାଣ କରାଯିବ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories