www.samajalive.in
Monday, December 8, 2025
16.1 C
Bhubaneswar

ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ ; ରଥ ନିର୍ମାଣ ବନ୍ଦ କଲେ ଜିଲାପାଳ

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲାର ନୀଳଗିରି ରଥଯାତ୍ରାକୁ ନେଇ ସମ୍ପ୍ରତି ବିବାଦୀୟ ପରିସ୍ଥିତି ଉପୁଜିଛି। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏହି ନିର୍ମାଣକୁ ଅଯଥା ଖର୍ଚ୍ଚ ବୋଲି ବାଲେଶ୍ୱର ଜିଲାପାଳଙ୍କୁ ଚିଠି ଲେଖିବାରୁ ସ୍ଥାନୀୟ ଶ୍ରଦ୍ଧାଳୁଙ୍କଠାରେ ଅସନ୍ତୋଷ ଭରିଦେଇଛି।
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥକାର୍ଯ୍ୟ ଚାଲୁ ରହିଥିବା ଲକ୍ଷ୍ୟ ରଖି ନୀଳଗିରିରେ ଗତ ଗୁରୁବାରଠାରୁ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି। ରଥ ଖଳାରେ ମହାରଣାଙ୍କ ସହ ଅନ୍ୟ ବଢ଼େଇମାନେ ରଥକାର୍ଯ୍ୟ ନିର୍ମାଣ କରୁଥିଲେ। କିନ୍ତୁ ବିଧାୟକ ସୁକାନ୍ତ ନାୟକ ବାଲେଶ୍ୱର ଜିଲାପାଳଙ୍କୁ ଚିଠି ଜରିଆରେ ଦର୍ଶାଇଛନ୍ତି ଯେ, ସମ୍ପ୍ରତି କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଯାଇଛି।
ଏଭଳି ଏକ ଜଟିଳ ସମୟରେ ପ୍ରଶାସନର ବିନା ଅନୁମତିରେ ନୀଳଗିରିରେ ରଥ ନିର୍ମାଣ କରାଯାଇ ଅଯଥା ଖର୍ଚ୍ଚ କରାଯାଉଛି। ପୂର୍ବବର୍ଷ ମଧ୍ୟ ରଥ ନିର୍ମାଣ କରାଯାଇ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଚଳିତବର୍ଷ ଅନୁରୂପଭାବେ ସେମିତି କରାନଯାଇ ସରକାରୀ ଅର୍ଥକୁ ସଞ୍ଜୟ ରଖିବାକୁ ବିଧାୟକ ଶ୍ରୀ ନାୟକ ଜିଲାପାଳଙ୍କୁ ଜଣାଇଛନ୍ତି।
ଏହି ଘଟଣା ପରେ ନୀଳଗିରିରେ ବିଭିନ୍ନ ମହଲରେ ଅସନ୍ତୋଷର ଝଡ଼ ବୋହିବାରେ ଲାଗିଛି। ସାଢ଼େ ୪କୋଟି ଓଡ଼ିଆଙ୍କ ମଉଡ଼ମଣି ତଥା ନୀଳଗିରିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଗନ୍ନାଥ ସଂସ୍କୃତି ଓ ହିନ୍ଦୁଧର୍ମକୁ କୋଠାରାଘାତ କରାଯାଇଛି ବୋଲି ସେବାୟତଙ୍କ ସମେତ ବିଭିନ୍ନ ବର୍ଗରୁ ଆଲୋଚନା କରାଯାଉଛି।
ସେପଟେ ବିଧାୟକଙ୍କ ଚିଠିକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ କଥା କଟାକଟି ଚାଲିଛି।  ରବିବାର ସନ୍ଧ୍ୟାରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନୀଳଗିରିରେ ଏହି ରଥନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଏ ସମ୍ପର୍କରେ ସୋମବାର ଠାକୁରମାହାଲ କାର୍ଯ୍ୟାଳୟରେ ଅବଗତ କରାଇବାକୁ ଉପଜିଲାପାଳ ହରିଶ ଚନ୍ଦ୍ର ଜେନାଙ୍କୁ ନିର୍ଦେଶ ଦେଇଛନ୍ତି। ରଥବନ୍ଦ ନିର୍ଦେଶ ପରେ ନୀଳଗିରିରେ ଜଗନ୍ନାଥପ୍ରେମୀ, ଶ୍ରଦ୍ଧାଳୁ, ସେବାୟତଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଥିବା ପରିଲକ୍ଷିତ ହୋଇଛି। ଅପରପକ୍ଷରେ ଏ ସମ୍ପର୍କରେ ବିଧାୟକ ଶ୍ରୀ ନାୟକଙ୍କୁ ପଚରାଯିବାରୁ ମୁଁ ଯେଉଁ ଉଦେଶ୍ୟରେ ଜିଲାପାଳଙ୍କୁ ଚିଠି ଲେଖିଥିଲି; ତାକୁ କେତେକ ଲୋକ ସାମାଜିକ ଗଣମାଧ୍ୟମରେ କଦର୍ଯ୍ୟ କରୁଛନ୍ତି। ମୋର ଉଦେଶ୍ୟ ଥିଲା ପ୍ରଶାସନ ସହ ଆଲୋଚନା କରାଯାଇ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହୁ।
କିନ୍ତୁ ଗତବର୍ଷ ରଥ ନିର୍ମାଣରେ ଯେମିତି ୭ଲକ୍ଷ ଟଙ୍କା ଖର୍ଚ୍ଚ ଦେଖାଇଲେ ଏବଂ ରଥ ଗଡ଼ିଲାନି, ଚଳିତବର୍ଷ ସେମିତି ନହେଉ। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ବିଧାୟକଙ୍କ ଚିଠି ସମ୍ପର୍କରେ ଏଯାବତ ମୁଁ କିଛି ଅବଗତ ହୋଇନି। ପ୍ରତିଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ନୀଳଗିରିରେ ସରକାରୀ ବିଧିବିଧାନ ଓ କଟକଣାକୁ ଆଖି ଆଗରେ ରଖି ରଥ ନିର୍ମାଣ ଓ ରଥଯାତ୍ରା କରାଗଲେ କିଛି ଅସୁବିଧା ହେବନି ବୋଲି କହିଛନ୍ତି।
ନୀଳଗିରିରେ ରଥ ନିର୍ମାଣକୁ କେନ୍ଦ୍ରକରି ଉଠିଥିବା ଏହି ଝଡ଼ ଆନ୍ଦୋଳନର ଦାନା ବାନ୍ଧୁଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନୀଳଗିରିରେ ରଥ ନିର୍ମାଣ କରାଯାଇ ରଥଯାତ୍ରା ଚାଲୁ ରଖିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories