ଘନ କୁହୁଡି ଯୋଗୁଁ ସକାଳୁ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ
ପୁରୀ: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତ ବଢିବା ସାଙ୍ଗକୁ ଅନେକ ସ୍ଥାନରେ ଘନ କୁହୁଡି ବି ଦୃଶ୍ୟମାନ ହେଉଛି । ଯାହାକି ସାଧାରଣ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପୁରୀରେ ନୀଳ ଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ପ୍ରତ୍ୟେକ ଦିନ ସକାଳ ଭୋର ସମୟରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୂଙ୍କର ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥାଏ ।
ପ୍ରତ୍ୟେକ ଦିନ ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଘନ କୁହୁଡି ଯୋଗୁଁ ସକାଳୁ ଭକ୍ତମାନେ ଦୀର୍ଘ ସମୟ ଧରି ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଥିଲେ। ଏପରିକି ବଡଦାଣ୍ଡରେ ଗାଡି ଚଳାଚଳରେ ମଧ୍ୟ ସମସ୍ୟା ଉପୁଜିଥିଲା । ବଡଦାଣ୍ଡରେ ଲାଇଟ୍ ଲଗାଇ ଲୋକେ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା ।
Comments are closed.