www.samajalive.in
Sunday, December 14, 2025
26.1 C
Bhubaneswar

ରିଲ୍ସ କରିବାକୁ ମନା କଲେ ସ୍ୱାମୀ, ଗଳାକାଟି ହତ୍ୟା କଲା ସ୍ତ୍ରୀ

ବିହାର: ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରେ ରିଲ୍ସ କରିବାକୁ ମନା କରିବାରୁ ସ୍ୱାମୀକୁ ଜୀବନରୁ ମାରି ଦେଲା ସ୍ତ୍ରୀ। ବିହାର ବେଗୁସରାଇ ଜିଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଇନଷ୍ଟାଗ୍ରାମ ରିଲ ପାଇଁ ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ଯାହା ତାଙ୍କ ସ୍ୱାମୀଙ୍କୁ ପସନ୍ଦ ନଥିଲା, ସେଥିାପାଇଁ ସ୍ୱାମୀ ଜଣକ ସ୍ତ୍ରୀଙ୍କୁ ଭିଡ଼ିଓ ନକରିବାକୁ ବାରମ୍ବାର ଅଟକାଇଥିଲେ। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇ ଘର ଲୋକଙ୍କ ସାହାଯ୍ୟରେ ହତ୍ୟା କରିଥିଲେ। ରବିବାର (ଜାନୁଆରୀ ୭) ଦିନ ସକାଳ ୯ଟା ସମୟରେ ଏହି ଘଟଣା ଘଟିଥିଲା।
ବିହାର ଖୋଦବାନ୍ଦପୁର ପୁଲିସ ଷ୍ଟେସନ ଅଧୀନରେ ଥିବା ଫାଫାଉଟ୍‌‌ ଗ୍ରାମରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ମହେଶ୍ୱର କୁମାର ରାୟ। ସେ ସମସ୍ତିପୁର ଜିଲାର ନରହାନ ଗାଁର ବାସିନ୍ଦା। ମହେଶ୍ୱର କୋଲକତାରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ କିଛି ଦିନ ପୂର୍ବରୁ ନିଜ ଗାଁକୁ ଆସିଥିଲେ। ଉଭୟ ୬ରୁ ୭ବର୍ଷ ହେବ ବିବାହ କରିଥିବାବେଳେ ମହେଶ୍ୱରଙ୍କ ପତ୍ନୀ ରାନୀ କୁମାରୀ ଇନଷ୍ଟାଗ୍ରାମରେ ସବୁବେଳେ ଭିଡ଼ିଓ କରୁଥିଲେ। ସୂଚନା ଅନୁସାରେ ମହେଶ୍ୱର କୋଲକତାରୁ ଆସିବା ପରେ ଫାଫାଉଟ୍‌‌ ଗାଁରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ଇନଷ୍ଟାଗ୍ରାମ ରିଲ୍ସକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ସ୍ତ୍ରୀ ରୀନା ଏବଂ ତାଙ୍କ ମା ମହେଶ୍ୱରଙ୍କ ଗଳାକାଟି ହତ୍ୟା କରିଥିଲେ। ବିଳମ୍ବିତ ରାତିରେ ମୃତକଙ୍କ ଭାଇ ତାଙ୍କୁ ଫୋନ କରିବାରୁ ଅନ୍ୟ କେହି ଫୋନ ଉଠାଇଥିଲେ। ଫଳରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତରେ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମହେଶ୍ୱରଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ ମୃତକଙ୍କ ପତ୍ନୀଙ୍କୁ ଗିରଫ କରିଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories