www.samajalive.in
Sunday, December 14, 2025
23.1 C
Bhubaneswar

ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ‘ମହାସାରଥୀ’ ସମ୍ମାନ

ଭୁବନେଶ୍ୱର : ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର ଓ ନର୍ସ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ସେହିପରି ସାମ୍ବାଦିକମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କରୋନାକୁ ଖାତିର ନ କରି ବିପଦଶଙ୍କୁଳ ସ୍ଥାନକୁ ଯାଇ ଟିକିଟିଖି ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। କରୋନା ଭୂତାଣୁ, ଏହାର ସଂକ୍ରମିତ କାରଣ, ଜନ ସଚେତନତା ସୃଷ୍ଟି ସାଙ୍ଗକୁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଜନସାଧାରଙ୍କ ନିକଟରେ ପହଞ୍ଚାଇ ସାମ୍ବାଦିକମାନେ ପାଲଟି ଯାଇଛନ୍ତି କରୋନା ଯୋଦ୍ଧା। ସାମ୍ବାଦିକମାନଙ୍କ ମାଧ୍ୟମରେ ପରିବେଷିତ ତଥ୍ୟକୁ ଜାଣିବା ପାଇଁ ଦିନରାତି ଚାତକ ପରି ଅନେଇ ବସିଥାନ୍ତି ସରକାର, ପ୍ରଶାସନ ଓ ଜନସାଧାରଣ। ସବୁବେଳେ ଯିଏ ଜନସାଧାରଣ ଓ ପ୍ରଶାସନ ପାଇଁ କାମ କରୁଛି ସେଭଳି କରେନା ଯୋଦ୍ଧାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି। କିନ୍ତୁ ଭୁବନେଶ୍ୱରରେ ଏଭଳି ମାନସିକତାରେ ପରିବର୍ତ୍ତନ ଘଟିଛି ଓ ନୂଆ ପରମ୍ପରା ଆରମ୍ଭ ହୋଇଛି। ଆଜି କରୋନା ଯୁଦ୍ଧରେ ନିଜ ଜୀବନକୁ ବିପଦରେ ପକେଇ ନ ଡରି ଲଢେଇ କରୁଥିବା ସେହି ସାମ୍ବାଦିକଙ୍କ ମନକୁ ଆହୁରି ଦୃଢ଼ ଓ ସାହସ ଦେବା ପାଇଁ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ନିଖିଳ ଓଡ଼ିଶା ପାଇକ ମହାସଂଘ। ଏଥିନେଇ ଭିଏସ୍‍ଏସ୍‍ନଗରଠା ଆୟୋତି ହୋଇଥିଲା ନିଆରା କାର୍ଯ୍ୟକ୍ରମ। କରୋନାକୁ ପ୍ରତିହତ କରିବା ନିମନ୍ତେ ବିଶ୍ୱବ୍ୟାପୀ ଚାଲିଥିବା ଲଢ଼େଇରେ ଭୁବନେଶ୍ୱରର ପ୍ରିୟ ଲଢୁଆ ସାମ୍ବାଦିକଙ୍କୁ ‘ମହାସାରଥୀ’ ସମ୍ମାନରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ପ୍ରେରଣା’ ଅଧ୍ୟକ୍ଷ ଡ.ଦିଲ୍ଲୀପ ଶ୍ରୀଚନ୍ଦନ, ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ, ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଖୋର୍ଦ୍ଧା ଜିଲା ପାଇକ ମହାଂସଘ ସଭାପତି ପାଇକ ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କୁ ଉପଢୌକନ, ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ‘ମହାସାରଥୀ’ ସମ୍ମାନରେ ସମ୍ବଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‍ଆଇଇଟି ସଭାପତି ପୁରଞ୍ଜନ ପାଢ଼ୀ, ଇଂ.ଶିବପ୍ରସାଦ ମିଶ୍ର, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ଇଂ.ଜନ୍ମେଜୟ ରାଉତ, ସମରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ‘ପ୍ରେରଣା’ ଅଧ୍ୟକ୍ଷ ଡ.ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ ସାମ୍ପ୍ରତିକ ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ର ଓ ପ୍ରସାର କରି ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ଏବଂ ଜୀବନ ଜୀବିକାରେ ସକଳ ସମ୍ବାଦ ସଂଗ୍ରହ ଭଳି ସମ୍ବେଦନଶୀଳ କାର୍ଯ୍ୟ ନିର୍ବାହ କରୁଥିବାରୁ ସାମ୍ବାଦିକ ବନ୍ଧୁମାନେ ସର୍ବଦା ପ୍ରଶଂସନୀୟ। ପାଇକ ମହାସଂଘ ସଭାପତି ଅଶୋକ ପାଲ୍‍ଟାସିଂହ କରୋନା ମହାମାରୀର ଭୟାବହତା ଉପରେ ଆଲୋକପାତ କରିବା ସହିତ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକମାନେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯେଉଁ ଉତ୍ସର୍ଗିକୃତ ସେବା ଯୋଗାଇ ଦେଉଛନ୍ତି ତାହା ଅବର୍ଣ୍ଣନୀୟ। କାର୍ଯ୍ୟକ୍ରମରେ ସାମ୍ବଦିକମାନେ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories