BJD Bijuli 480×75 Mob

ଆରପାରିରେ ବାଘୁଣୀ ଖଇରୀର ମା’ ନିହାର ନଳିନୀ

BJD Bijuli 480×75 Mob

ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବା ବାଘୁଣୀ ଖଇରୀକୁ ନିଜ ପିଲା ଭଳି ଲାଳନପାଳନ କରିଥିବା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୁରୀଙ୍କ ପତ୍ନୀ ନିହାର ନଳିନୀ ସ୍ୱାଇଁଙ୍କ ପରଲୋକ ଘଟିଛି। କଟକ ସିଦ୍ଧେଶ୍ୱର ସାହି ସ୍ତିତ ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ୮୮ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।

୪୭ ବର୍ଷ ତଳେ ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବା ଖଇରୀର ଲାଳନପାଳନ କରିଥିଲେ ନିହାର ନଳିନୀ। ତାଙ୍କ ଭଲ ପାଇବା ଓ ସ୍ନେହ ଆଦର ଯୋଗୁ ଖଇରୀ ଜଙ୍ଗଲ ବଦଳରେ ଘରେ ରହିବାକୁ ପସନ୍ଦ କରଥିଲା। ପାଗଳ କୁକୁର କାମୁଡ଼ାରେ ରୋଗାକ୍ରାନ୍ତ ଖଇରୀର ୧୯୮୧ ମସିହା ମାର୍ଚ୍ଚ ୨୮ରେ ମୃତ୍ୟୁର ବର୍ଷକ ପରେ ସରୋଜରାଜ ଚୌଧୁରୀଙ୍କର ମଧ୍ୟ ପରଲୋକ ଘଟିଥିଲା।

ସ୍ୱାମୀଙ୍କ ପରଲୋକ ପରେ ନିହାର ନଳିନୀ ସ୍କାଉଟ୍‍ ଏବଂ ଗାଇଡ୍ସରେ ପ୍ରଶିକ୍ଷିକା ଭାବେ କାର୍ଯ୍ୟ ତୁଲାଇଥିଲେ। ତେବେ କୌଣସି ସନ୍ତାନ ନ ଥିବା କାରଣରୁ ଚାକିରିରୁ ଅବସର ପରେ ସେ କଟକ ସିଦ୍ଧେଶ୍ୱର ସାହିସ୍ତିତ ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ରହୁଥିଲେ। ଗତକାଲି ସେ ଖାଇ ସାରି ବିଶ୍ରାମ ନେଇଥିଲେ କିନ୍ତୁ ଆଉ ଉଠି ନ ଥିଲେ।

Comments are closed.