ମୋଟୋ ଆଣିଲା ଦମଦାର ସ୍ମାର୍ଟଫୋନ୍, କମ୍ ଦାମରେ ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ : ମୋଟୋରୋଲା ଏକ ନୂଆ ଦମଦାର ଫୋନ୍ ବଜାରକୁ ନେଇଆସିଛି । ଚାଇନାର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟୋରୋଲା ନିଜ ଏଜ୍ ସିରିଜରେ ଏକ ନୂଆ ଫୋନ୍ ସାମିଲ କରିଛି । ଏହି ନୂଆ ସ୍ମାର୍ଟଫୋନ୍ ‘ମୋଟୋରୋଲା ଏଜ ୫୦ ଫ୍ୟୁଜନ’ ଯାହାକୁ ଲଞ୍ଚ୍ କରାଯାଇଛି । ଏହା ଏକ ମିଡ୍ ରେଞ୍ଜ ସ୍ମାର୍ଟଫୋନ୍ । ଏହା କ୍ବାଲକମ୍ ଚିପସେଟ୍ ସହିତ ଆସିଥାଏ ଯାହା ନୂଆ ଆଣ୍ଡ୍ରଏଡ୍ ୧୪ ଅପରେଟିଂ ସିଷ୍ଟମରେ ଚାଲିଥାଏ । ଖାସ୍ କଥା ହେଉଛି କି ଏହି ଫୋନକୁ ପାଣି ଏବଂ ଧୂଳିରୁ ରକ୍ଷା କରିବା ନେଇ ଆଇପି୬୮ ରେଟିଂ ମିଳିଛି । ଏଥିରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି ।

ଏହାର ୮ ଜିବି ଏବଂ ୧୨୮ ଜିବି ଷ୍ଟୋରେଜର ଦାମ୍ ୨୨,୯୯୯ ଟଙ୍କା ଥିବାବେଳେ ୧୨ ଜିବି ଏବଂ ୨୫୬ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୨୪,୯୯୯ ଟଙ୍କା । ଏହି ଫୋନ୍ ୨୨ ମେରୁ ଫ୍ଲିପକାର୍ଟ, ମୋଟୋରୋଲାର ଓ୍ବେବସାଇଟ୍ ଏବଂ ଦୋକାନ ମାନଙ୍କରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ସ୍ତ୍ରୀ ହେବ ତ ଏମିତି… ୧୦ ବର୍ଷ ପରେ କୋମାରୁ ଉଠିଲେ ସ୍ୱାମୀ

ଏଥିରେ ୬.୭ ଇଞ୍ଚର ଏକ ଓଏଲଇଡି ଡିସପ୍ଲେ ଦିଆଯାଇଛି । ଏହାର ରିଫ୍ରେଶ୍ ରେଟ୍ ୧୪୪ ହର୍ଜ ଏବଂ ଏହାର ବ୍ରାଇଟନେସ୍ ସର୍ବାଧିକ ୧୬୦୦ ନିଟ୍ସ । ଏଥିରେ କର୍ଣ୍ଣିଂ ଗରିଲା ଗ୍ଲାସ ୫ର ସୁବିଧା ମିଳିଥାଏ ଯାହା ଏହାର ଡିସପ୍ଲେକୁ ସୁରକ୍ଷା ଦେଇଥାଏ । ଏଥିରେ ୫୦ ଏମପିର ମେନ୍ କ୍ୟାମେରା ଏବଂ ୧୩ ଏମପିର କ୍ୟାମେରା ରହିଛି । ସେହିଭଳି ସେଲ୍ଫି ପାଇଁ ଫୋନରେ ୩୨ ଏମପିର ଫ୍ରଣ୍ଟ କ୍ୟାମେରା ରହିଛି । ଏଥିରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ସହିତ ୬୮ ଡବ୍ଲୁ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି ।

Comments are closed.