www.samajalive.in
Sunday, December 7, 2025
14.1 C
Bhubaneswar

ଜଳ ନା ଜହର? ଅଧିକାରୀଙ୍କ ନାହିଁ ନଜର

ଭବାନୀପାଟଣା: ଜୟପାଟଣା ବ୍ଲକ ମହକୁମାଠାରୁ ପ୍ରାୟ ୨ କିମି ଦୂରରେ ଅବସ୍ଥିତ ଚିର୍କା ଗାଁର କୁସୁମଖୁଣ୍ଟିପଡ଼ା। ଜୟପାଟଣା ପଂଚାୟତର ୧୩ ନମ୍ୱର ୱାର୍ଡ ଭାବେ ପରିଗଣିତ ଏହି ପଡ଼ାରେ ଏବେ ଜଳକଷ୍ଟ ଦେଖା ଦେଇଛି। ପ୍ରାୟ ୧୨୦ ଜନସଂଖ୍ୟା ବିଶିଷ୍ଟ ଏହି ପଡ଼ାବାସୀଙ୍କ ପାଇଁ ଦୁଇଟି ନଳକୂପ ରହିଛି। ଗୋଟିଏ ନଳକୂପ ଶୁଖି ଯାଇଥିବାବେଳେ ଅନ୍ୟଟିରୁ ମଇଳା ପାଣି ବାହାରୁଛି। ଦୁର୍ଗନ୍ଧ ବାହାରୁଥିବା ଏହି ପାଣିକୁ ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି।

ଅନ୍ୟପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗ ଜାଣି ମଧ୍ୟ ଅଜଣା ସାଜିଛି। ପଡ଼ାକୁ ବିଳମ୍ବରେ ବିଜୁଳି ସଂଯୋଗ ହେଲା। ଆଜି ମଧ୍ୟ ସବୁଦିନିଆ ପକ୍କା ରାସ୍ତା ଖଣ୍ଡେ ନାହିଁ। ଏସବୁ ବିଷୟରେ ବ୍ଲକ ଅଫିସରେ ଏକାଧିକ ବାର ଦାବି ସତ୍ବେ କିଛି ପଦକ୍ଷେପ ନିଆଯାଉ ନାହିଁ। ବ୍ଲକ ମହକୁମାଠାରୁ ମାତ୍ର ଦୁଇ କିମି ଦୂରରେ ଥିବା ଲୋକଙ୍କୁ ଯଦି ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ମିଳୁନି ତେବେ ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଅବସ୍ଥା କିଭଳି ଥିବ ତାହା ଅନୁମାନ କରାଯାଇପାରେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories