www.samajalive.in
Monday, December 15, 2025
24.1 C
Bhubaneswar

ବିହାରରେ ଜାରିହେଲା ରାତ୍ରିକାଳୀନ କର୍ଫ୍ୟୁ : ବନ୍ଦ ରହିବ ସ୍କୁଲ, କଲେଜ, ଧାର୍ମିକ ସ୍ଥଳ

ପାଟନା: କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବିହାର ସରକାର ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ସମୁଦାୟ ରାଜ୍ୟରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଆଦେଶ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍‍ଦେଇ ଅନ୍ୟସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଜେଡିୟୁ ବିଧାୟକ ମେୱାଲାଲ ଚଉଧୁରୀଙ୍କର ପରଲୋକ ଘଟିଛି। ସେ ସ୍ଥାନୀୟ ଏକ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ବିୟୋଗ ହୋଇଯାଇଛି।
ଏଥିସହିତ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତତ୍‍ସହିତ ରାଜ୍ୟରେ ଥିବା ସମସ୍ତ ଧାର୍ମିକ ସ୍ଥଳ ଓ ସିନେମା ହଲ ମଧ୍ୟ ମେ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାର କହିଛନ୍ତି। ଏହି ସମୟରେ ଅନୁଷ୍ଠିତ ହେଉଥିବା ବିବାହ ଉତ୍ସବରେ ସର୍ବାଧିକ ୧୦୦ ଜଣ ଏବଂ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ୧୫ ଜଣ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories