www.samajalive.in
Sunday, December 7, 2025
13.1 C
Bhubaneswar

ୱାର୍ଡ ନଂ ୬୭ : ସୁଧୁରୁନି ଡ୍ରେନ୍‌ ଓ ରାସ୍ତା

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରଠାରୁ ଅଳ୍ପ ଦୂରରେ ଅବସ୍ଥିତ ୱାର୍ଡ ନଂ ୬୭। ଏହି ୱାର୍ଡଟି ସ୍ମାର୍ଟସିଟିରେ ଯାଉଥିଲେ ସୁଦ୍ଧା ଏଠାକାର ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୱାର୍ଡରେ ପାଣି, ଡ୍ରେନ୍‌ ଓ ରାସ୍ତା ମୁଖ୍ୟ ସମସ୍ୟା ପାଲଟିଛି। କୂଅ ଓ ପୋଖରୀରୁ ପାଣି ଶୁଖି ଯାଉଥିବାରୁ ସ୍ଥାନୀୟ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିମଳ ଓ ଡ୍ରେନ୍‌ ସମସ୍ୟା ଲାଗି ରହିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ୱାର୍ଡ ସମ୍ପର୍କରେ
୨୦୧୧ ଜନଗଣନା ଅନୁସାରେ ଏହି ୱାର୍ଡର ଜନସଂଖ୍ୟା ୧୧ହଜାର ୯୩୮। ସେଥିରୁ ୬୨୬୪ ପୁରୁଷ ଥିବାବେଳେ ୫୬୭୪ ମହିଳା ଅଛନ୍ତି। ୱାର୍ଡ ଅଧୀନରେ ଏକାମ୍ର ମହାବିଦ୍ୟାଳୟ, ଅଭିରାମ ବସ୍ତି, କୁଷ୍ଠ କଲୋନୀ, କପିଳ ପ୍ରସାଦ ଭିଲା, କପିଳ ପ୍ରସାଦ ବିଡିଏ କଲୋନୀ ଅଞ୍ଚଳ, ଆଜାଦ ନଗର, ଯୋଗେଶ୍ୱରପାଟଣା, ସୁନ୍ଦରପଦା ପ୍ରଭୃତି ଗ୍ରାମ ରହିଛି। ଏହି ୱାର୍ଡରେ ୯ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବାବେଳେ ଏକାମ୍ର ମହାବିଦ୍ୟାଳୟ ସହ ଦୁଇଟି ସରକାରୀ ବିଦ୍ୟାଳୟ ରହିଛି।
ସମସ୍ୟା: ୱାର୍ଡର ମୁଖ୍ୟ ସମସ୍ୟା ପାନୀୟ ଜଳର ଅଭାବ। ଏହି ୱାର୍ଡରେ ଥିବା ସମସ୍ତ ପୁଷ୍କରିଣୀ ଓ କୂଅ ପାଣି ଶୁଖି ଯାଇଛି। ସ୍ୱେରେଜ ବୋର୍ଡ କାର୍ଯ୍ୟ ଯୋଗୁଁ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇଛି। କାମ ଶେଷ ହୋଇଥିଲେ ସୁଦ୍ଧା ଏଯାବତ ରାସ୍ତା ମରାମତି େହାଇ ନ ଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ରାସ୍ତା ଉଚ୍ଚା ହୋଇଯାଇଥିବାରୁ ଡ୍ରେନ୍‌ର ସ୍ଲାବ୍‌ ତଳକୁ ହୋଇଯାଇଛି। ଯଦ୍ବାରା ବର୍ଷା ଦିନେ ରାସ୍ତା ଉପରେ ଡ୍ରେନ୍‌ ପାଣି ଭାସୁଛି। ବିଏମ୍‌ସି ଅଳିଆ ସଫା କରୁଛି ସତ ହେଲେ ୨୦ପ୍ରତିଶତ ଅଳିଆ ଗଦା ହୋଇ ରହୁଛି। ସେହିପରି ବିଏମ୍‌ସି ପକ୍ଷରୁ ୱାର୍ଡରେ ମଶାଧୂଆଁ କି ମଶାତେଲ ପକାଯାଉନାହିଁ।
୮୦ ପ୍ରତିଶତ କାର୍ଯ୍ୟ ଶେଷ : ନିର୍ବାଚନ ପୂର୍ବରୁ ପୂର୍ବତନ କର୍ପୋରେଟର ସ୍ଥାନୀୟ ବାସିନ୍ଦାଙ୍କୁ ରାସ୍ତା, ଡ୍ରେନ୍‌ ଏବଂ ପାଣି ଭଳି ମୁଖ୍ୟ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପରିମଳ, ରାସ୍ତା ଆଲୋକୀକରଣ, ଅଙ୍ଗନବାଡ଼ି, ଓ ଶିଶୁ ଉଦ୍ୟାନ ଭଳି ବିଭିନ୍ନ ସମସ୍ୟାର ସମାଧାନ କରିପାରିଛନ୍ତି। ୱାର୍ଡର ୮୦ପ୍ରତିଶତରୁ ଅଧିକ କାର୍ଯ୍ୟ ଶେଷ କରିଥିବା ପୂର୍ବତନ କର୍ପୋରେଟର କହିଛନ୍ତି।

- Advertisement -

ସୁରେନ୍ଦ୍ର ପ୍ରଧାନ(ସ୍ଥାନୀୟ ବାସିନ୍ଦା): ୱାର୍ଡରେ ରାସ୍ତା ଓ ଡ୍ରେନ୍‌ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଅଧିକାଂଶ ଅଞ୍ଚଳରେ ଏଯାବତ ମାଟି ରାସ୍ତା ଦେଖିବାକୁ ମିଳିଛି। ଅଳିଆ ଆବର୍ଜନା ସଫା କରାଯାଉନାହିଁ । ଡ୍ରେନ୍‌ରୁ ବର୍ଷ ବର୍ଷ ଧରି ମଇଳା ସଫା ହେଉନାହିଁ କି ମଶାମରା ତେଲ ପକାଯାଉନାହିଁ।
ପ୍ରଶାନ୍ତ ପ୍ରଧାନ(ସ୍ଥାନୀୟ ବାସିନ୍ଦା): ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଡ୍ରେନ୍‌ରୁ ପାଣି ବାହାରି ରାସ୍ତା ଉପରେ ମଇଳା ପାଣି ଚାଲୁଛି। ରାସ୍ତାଠାରୁ ଡ୍ରେନ୍‌ଗୁଡ଼ିକ ତଳୁଆ ହୋଇଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।
ପଦ୍ମିନୀ ଭଞ୍ଜ(ସ୍ଥାନୀୟ ବାସିନ୍ଦା): ୱାର୍ଡରେ ବିଭିନ୍ନ ସମସ୍ୟା ଲାଗିରହିଛି । ସ୍ୱାର୍ଟସିଟିରେ ରହୁଥିଲେ ସୁଦ୍ଧା ଗାଁ ଭଳି ବଞ୍ଚିବାକୁ ପଡୁଛି । ବର୍ଷ ବର୍ଷ ଧରି ରାସ୍ତା ଶୋଚନୀୟ ହୋଇପଡିଛି। ବର୍ଷା ଦିନେ ଏହି ରାସ୍ତାରେ ଲୋକେ ଯାତାୟାତ କରିବା କଷ୍ଟକର ହୋଇପଡୁଛି।
ଦେବୀପ୍ରସାଦ ନନ୍ଦ(ପୂର୍ବତନ କର୍ପୋରେଟର): ୱାର୍ଡରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି। ରାସ୍ତା ମରାମତି ହୋଇଥିଲେ ସୁଦ୍ଧା ସ୍ୱେରେଜ୍‌ କାର୍ଯ୍ୟ ପାଇଁ ଖାଲଖମା ସୃଷ୍ଟି ହୋଇଛି। ୱାର୍ଡର ସମସ୍ତ ପୁଷ୍କରିଣୀ ଓ କୂଅ ଶୁଖିଯାଇଛି। ଫଳରେ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories