www.samajalive.in
Wednesday, November 19, 2025
18.1 C
Bhubaneswar

ଏନଆଇଏ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ

ଡେସ୍କ: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଆରକ୍ଷୀ ଅଧୀକ୍ଷକ ଧନରାମ ସିଂହଙ୍କୁ ପଶ୍ଚିମବଙ୍ଗରୁ ବଦଳି କରିବା ପାଇଁ ତୃଣମୂଳ କଂଗ୍ରେସ-ଟିଏମସି କରିଥିବା ଆବେଦନକୁ ଆଜି କୋଲକାତା ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୨୨ ଡିସେମ୍ବରରେ ପୂର୍ବ ମିଦନାପୁର ଜିଲ୍ଲାର ଭୂପତିନଗରରେ ହୋଇଥିବା ବିସ୍ଫୋରଣ ମାମଲାରେ ଶ୍ରୀ ସିଂହ ଗତ ମାସରେ ଦୁଇ ଜଣ ତୃଣମୂଳ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲେ।

ସରିଲା ପ୍ରଚାର, ମେ’ ୨୫କୁ ଅପେକ୍ଷା

- Advertisement -

ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମଧ୍ୟ ଶ୍ରୀ ସିଂହଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲା। ଟିଏମସି ଅଭିଯୋଗ କରିଛି ଯେ ଏନଆଇଏ ଏସପି ତୃଣମୂଳ କଂଗ୍ରେସ ନେତାଙ୍କୁ ଗିରଫ କରିବାର ଗୋଟିଏ ଦିନ ପୂର୍ବରୁ ବିଜେପି ନେତା ଜିତେନ୍ଦ୍ର ତିୱାରୀଙ୍କୁ ଭେଟିଥିଲେ। ଏହା ଏଜେନ୍ସିର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀଙ୍କ ବଦଳିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

୩ ଦିନ ପରେ ଆସିଲା ମତଦାନ ପରିସଂଖ୍ୟାନ, ପଞ୍ଚମ ପର୍ଯ୍ୟାୟରେ ୬୨.୨%

Hot this week

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି...

Related Articles

Popular Categories