୩ ଦିନ ପରେ ଆସିଲା ମତଦାନ ପରିସଂଖ୍ୟାନ, ପଞ୍ଚମ ପର୍ଯ୍ୟାୟରେ ୬୨.୨%
ଡେସ୍କ: ମେ’ ୨୦ରେ ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୨.୨ ପ୍ରତିଶତ ମତଦାନ ହୋଇଥିଲା। ସେଥି ମଧ୍ୟରୁ ୬୧.୪୮% ପୁରୁଷ, ୬୩% ମହିଳା ଓ ୨୧.୯୬% ଅନ୍ୟ ବର୍ଗର ଭୋଟର ଅଛନ୍ତି।
ସେହି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ୫୯%, ବିହାରରେ ୫୬.୭୬%, ଝାଡ଼ଖଣ୍ଡରେ ୬୩.୨୧%, ଲଦାଖରେ ୭୧.୮୨%, ମହାରାଷ୍ଟ୍ରରେ ୫୬.୮୯%, ଓଡ଼ିଶାରେ ୭୩.୫୦%, ଉତ୍ତରପ୍ରଦେଶରେ ୫୮% ଏବଂ ପଶ୍ଚିମବଙ୍ଗରେ ୭୮.୪୫% ମତଦାନ ହୋଇଛି।
ନରେନ୍ଦ୍ର ମୋଦୀ ଫ୍ୟାକ୍ଟର ନୁହେଁ, ସାଧାରଣ ଲୋକଙ୍କ ଫ୍ୟାକ୍ଟର – ଅରବିନ୍ଦ କେଜ୍ରିଓ୍ଵାଲ
ଏହି ପର୍ଯ୍ୟାୟରେ ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ଟି ସଂସଦୀୟ ଆସନରେ ମତଦାନ ହୋଇଥିଲା। ମୋଟ ୬୯୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଉତ୍ତରପ୍ରଦେଶର ୧୪ଟି, ମହାରାଷ୍ଟ୍ରର ୧୩ଟି, ପଶ୍ଚିମବଙ୍ଗର ୭ଟି, ଓଡ଼ିଶା ଓ ବିହାରର ୫ଟି ଲେଖାଏଁ, ଝାଡ଼ଖଣ୍ଡର ୩ଟି ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ମତଦାନ ହୋଇଥିଲା।
Comments are closed.