www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଜାତୀୟ କର୍ମଶାଳା ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର ଓ ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜାତୀୟ କର୍ମଶାଳା ’ଦକ୍ଷିଣ ଓଡିଶାର ପଦର୍ଶନଶିଳ ଲୋକକଳା’ ଶୀର୍ଷକ ଉଦଯାପିତ ହୋଇଛି। ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ଦକ୍ଷିଣ ଓଡିଶାର ଲୋକକଳାକୁ ନେଇ ଗବେଷକ ଓ ଛାତ୍ର ଛାତ୍ରୀ ମାନେ କିଭଳି ଅଧିକ ଗବେଷଣା କରି ପାରିବେ ସେ ନେଇ ପରାମର୍ଶ ଦେଇଥିଲେ। ମୁଖବକ୍ତା ଭାବେ ବିଭାଗର ପୂର୍ବତନ ପ୍ରଫେସର ଅଶ୍ୱିନୀ କୁମାର ପଣ୍ଡା ଯୋଗ ଦେଇ କେନ୍ଦ୍ର ମାଧ୍ୟମରେ ନବାଗତ ଛାତ୍ର ଛାତ୍ରୀ କିପରି ଉପକୃତ ହୋଇପାରିବେ ସେ ସମନ୍ଧରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତା ଭାବେ ଜିଲ୍ଲା ପୂର୍ବତନ ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ ଯୋଗ ଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories