www.samajalive.in
Sunday, December 7, 2025
23.1 C
Bhubaneswar

ରାତି ୮ଟା ମୁଖ୍ୟ ଖବର

–ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୦୨୪୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୩୬୫୯୫କୁ ବୃଦ୍ଧି

–ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପୁଣି ୧୧୫୧ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୮୯୬

- Advertisement -

–ଦଶମ ଶ୍ରେଣୀ ମାର୍କ ପାଇଁ ଟାବୁଲେସନ ଅବଧି ବୃଦ୍ଧି କଲା ସିବିଏସ୍‌ଇ। ଟାବୁଲେସନ ପାଇଁ ଶେଷ ତାରିଖ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି

–ଖଲିକୋଟ ବିଶ୍ବବିଦ୍ୟାଳୟ ଏକକ ବିଶ୍ବବିଦ୍ୟାଳୟ ହେବା ପରେ ମାନ୍ୟତା ରଦ୍ଦ। ମାନ୍ୟତା ହରାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

–ଅସ୍ତିତ୍ବ ହରାଇବ ଖଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ। ଆସନ୍ତା ସେପ୍ଟେମ୍ବର ୧ରୁ ଖଲିକୋଟ। ମାନ୍ୟତା ହରାଇବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶିବ।

– ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦିଲ୍ଲୀରେ କୋଭିଡ ମୃତକ ପରିବାର ସଦସ୍ୟଙ୍କୁ ମିଳିବ ୫୦ହଜାର ଟଙ୍କାର ସହାୟତା

– ସହାୟତା ସହ ପରିବାରକୁ ମିଳିବ ୨୫୦୦ଟଙ୍କା ପେନସନ। ବାପାମା’ ହରାଇଥିବା ଶିଶୁଙ୍କୁ ୨୫ବର୍ଷ ପର୍ଯ୍ୟନ୍ତ ମିଳିବ ପେନସନ ଓ ମାଗଣା ଶିକ୍ଷା

– ଭାରତରେ ଏ ପର୍ଯ୍ୟନ୍ତ ୧.୮% ଲୋକ ସଂକ୍ରମିତ। ଆମେରିକାରେ ସର୍ବାଧିକ ୧୦.୧%, ଫ୍ରାନ୍ସରେ ୯%, ବ୍ରାଜିଲରେ ୭.୩%ରେ ଲୋକ ସଂକ୍ରମିତ-କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା

– ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦିରେ କମୁଛି ସଂକ୍ରମଣ, ଅପରପକ୍ଷରେ ତାମିଲନାଡୁ, ତ୍ରିପୁରା, ସିକିମ, ମଣିପୁର, ମିଜୋରାମ ଆଦିରେ ସଂକ୍ରମଣ ବଢୁଛି

– ଓଡ଼ିଶାରେ ସଂକ୍ରମଣ କମି ନ ଥିଲେ ବି ପଜିଟିଭିଟି ହ୍ରାସ ପାଉଛି। ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି। କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା

– ଆଉ ୨ ସପ୍ତାହ ତାଲାବନ୍ଦ ଅବଧି ବଢ଼ାଇଲେ ରାଜ୍ୟ ସରକାର। ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ତାଲାବନ୍ଦ

– ସକାଳ ୭ ରୁ ୧୧ଟା ପର୍ଯ୍ୟନ୍ତ ପରିବାପତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁମତି ପ୍ରଦାନ

– ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣା ବୃଦ୍ଧି କରାଯାଇଛି। ବାହାଘରରେ ଏଣିକି ୫୦ ବଦଳରେ ୨୫ ଏକାଠି ହେବେ। ବର, କନ୍ୟା, ପୂଜକ, ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ

ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଉରକେଲାରେ ଗଡ଼ିଲା ‘ସଞ୍ଜୀବନୀ ରଥ’: ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ବିଲ୍‍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ

-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ; ଘନିଭୂତ ହୋଇ ନେଇପାରେ ବାତ୍ୟାର ରୂପ !

-ଭାରତୀୟ ନୌସେନା ଆରବସାଗରରୁ ସୃଷ୍ଟି ହୋଇଥିବା ତଉକତେ ବାତ୍ୟା କାରଣରୁ ସମୁଦ୍ରରେ ଅନିୟନ୍ତ୍ରିତ ହୋଇ ବୁଡିବାକୁ ଯାଉଥିବା ଜାହଜରୁ ପ୍ରାୟ ୧୪୬ ଜଣଙ୍କୁ ଉଦ୍ଧାର କରିଛନ୍ତି

-ବିଲ୍‍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ

ସୋନୁ ସୁଦଙ୍କ ନାଁରେ ଚାଲିଛି ନକଲି କୋଭିଡ଼୍-୧୯ ଦାନ ଅଭିଯାନ, ସତର୍କ କରାଇଲେ ଅଭିନେତା

– ଦେଶରେ ଦିନକରେ ୨,୬୩,୫୩୩ କରୋନା ଆକ୍ରାନ୍ତ ଚିହ୍ନଟ ; ୪,୩୨୯ ମୃତ

– ଦେଶରେ ଆଉ ୪ ଲକ୍ଷ ୨୨ ହଜାର ୪୩୬ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨, ଆରୋଗ୍ୟ ହାର ୮୫.୬୦%କୁ ବୃଦ୍ଧି

– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୩୨୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୮ ହଜାର ୭୧୯, ମୃତ୍ୟୁ ହାର ୧.୧୦%

– ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୫୩ ହଜାର ୭୬୫, ସକ୍ରିୟ ଆକ୍ରାନ୍ତ ହାର ୧୩.୨୯%

– ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ : ଟିକା ନେଲେଣି ୧୮କୋଟି ୪୪ ଲକ୍ଷ ୫୩ ହଜାର ୧୪୯

–ଗତ ୨୬ ଦିନ ମଧ୍ୟରେ ଓଡିଶା ପୁଲିସ ପ୍ରାୟ ୧୫,୯୧୩ ମେଟ୍ରିକ ଟନ ମେଡିକାଲ ଅମ୍ଳଜାନ ଥିବା ୮୬୮ ଟ୍ୟାଙ୍କରକୁ ୧୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଇଛି

ରାଉରକେଲାରେ କରୋନା ଶୃଙ୍ଖଳକୁ ଭାଙ୍ଗିବାକୁ ପ୍ରଶାସନର ତିନି ସୂତ୍ର –ପରୀକ୍ଷା , ପୃଥକୀକରଣ ଓ ତଦାରଖ ବ୍ୟବସ୍ଥା

–ରାଜ୍ୟରେ ଦିନକରେ ୧୦ ହଜାର ୩୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ମୋଟ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨

– ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୫,୭୭୯ ଓ ସ୍ଥାନୀୟ ଅଞ୍ଚଳରୁ ୪,୫୪୨

–ରାଜ୍ୟରେ ୯ ଜିଲାରୁ ଆଖି ବୁଜିଲେ ୨୨ କରୋନା ଆକ୍ରାନ୍ତ ; ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭ରେ ପହଞ୍ଚିଲା

– ଭାରତୀୟ ଚିକିତ୍ସକ ସଂଘର ପୂର୍ବତନ ସଭାପତିଙ୍କ କୋଭିଡରେ ପରଲୋକ

– ଭାରତରେ ଗୋଟିଏ ଦିନରେ କରୋନା ନେଇଛି ୫୦ ଡାକ୍ତରଙ୍କ ଜୀବନ, ଦ୍ୱିତୀୟ ଲହରରେ ଗଲାଣି ୨୪୪ ଜଣ ଡାକ୍ତରଙ୍କ ଜୀବନ, ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ୭୩୬ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା

– ଆସନ୍ତା ସପ୍ତାହରୁ କୋୱିନ ପୋର୍ଟାଲ ହିନ୍ଦୀ ଏବଂ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ

ପାଲେଷ୍ଟାଇନର ଗାଜାରେ ହମାସ୍ର ଆକ୍ରମଣ ଘଟଣା: ଇସ୍ରାଏଲର କାର୍ୟ୍ୟାନୁଷ୍ଠାନକୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସମର୍ଥନ
ନିଜ ଦେଶକୁ ରକ୍ଷା କରିବା ପାଇଁ ବେଞ୍ଜାମିନ ନେତନ୍ୟାହୁଙ୍କୁ ଆତଙ୍କବାଦୀଙ୍କ ରକେଟ ମାଡ଼ର କଡ଼ା ଜବାବ ଦେବା ଉଚିତ

– ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନର ସମର୍ଥନ

– ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଆମେରିକା କୋଭିଡ ବିରୋଧୀ ମୁକାବିଲା ନିମନ୍ତେ ଆସନ୍ତା ଛଅ ସପ୍ତାହ ମଧ୍ୟରେ ୮୦ ନିୟୁତ କୋଭିଡ ଟିକା ଯୋଗାଇବ

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories