www.samajalive.in
Saturday, December 6, 2025
26.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ପ୍ରଥମ ନାଜାଲ ଭ୍ୟାକସିନର ପରୀକ୍ଷା ପାଇଁ ଗ୍ରୀନ ସିଗନାଲ। ଭାରତ ବାୟୋଟେକ ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ମିଳିଲା ଗ୍ରୀନ ସିଗନାଲ। ପ୍ରଥମ ନାଜାଲ ଭ୍ୟାକସିନକୁ ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି।

–ସ୍କୁଲ ଖୋଲିବା ପରେ ବଢ଼ି ଚାଲିଛି ଛାତ୍ରଛାତ୍ରୀଙ୍କ ସଂକ୍ରମଣ। ଦେଶରେ ବଢୁଛି କୋଭିଡ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା। ଜୁଲାଇ ୨୬ରୁ ଓଡ଼ିଶାରେ ସ୍କୁଲ ଖୋଲିବା ପରେ କନ୍ଧମାଳ ଜିଲା ଦାରିଙ୍ଗିବାଡ଼ିର ୨ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ।

- Advertisement -

–୩ ଦିନରେ ରାଜ୍ୟର ୨ ଛାତ୍ରୀ କରୋନା ସଂକ୍ରମିତ ହେବା ପରେ ବଢ଼ିଛି ସରକାରଙ୍କ ଚିନ୍ତା। ରାଜ୍ୟରେ ୩ ହଜାର ବେଡର ବ୍ୟବସ୍ଥା କରାଯାଇଛି। ଶିଶୁଙ୍କ ଲାଗି ୬୧୦ଟି ଆଇସିୟୁ ବେଡ ରଖାଯାଇଛି।

–ତୃତୀୟ ଲହରକୁ ମୁକାବିଲା ପାଇଁ ସପ୍ତାହକ ମଧ୍ୟରେ ଗଠନ ହେବ ଟାସ୍କଫୋର୍ସ। ଟାସ୍କଫୋର୍ସର ଅଧ୍ୟକ୍ଷତା କରିବେ ଜିଲାପାଳ। ସିଡିଏମଓ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ,  ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ଆନେସ୍ଥେସିଆ ସ୍ପେଶାଲିଷ୍ଟ ସଦସ୍ୟ ରହିବେ

–ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ପରୀକ୍ଷା ସେପ୍ଟେମ୍ୱର ୧୮ ତାରିଖ ଯାଏ ଚାଲିବ।

–ଦୈନିକ ୩ଟି ସିଫ୍ଟରେ କମ୍ପ୍ୟୁଟ୍‌ର ବେସଡ୍‌ ଟଷ୍ଟ(ସିବିଟି) ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ।

–ଆଜି ଆମ୍ବୁଲାନ୍ସକୁ ଏକ ଟ୍ରେଲର ଧକ୍କା ଦେବାଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣଙ୍କୁ ସେଠାରୁ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

–ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଞ୍ଜରିକୋପା ନିକଟରେ ଘଟିଛି। ବିଷମକଟକରୁ ଚିକିତ୍ସା ସାରି ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।

–ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଜାମୁଟଝୁଲା ଗାଁର ରାଜ ଗୋପାଳ ଭୋଇଙ୍କ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ନିଶା; ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ହକି ଷ୍ଟିକ୍ ବାଲାନ୍ସ

–ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ। ପ୍ରତି ତନ୍ତ ବସିବା ସ୍ଥଳ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। 

–ଏହି ପ୍ୟାକେଜରେ କଂକ୍ରିଟ୍‌ ହୋଇନଥିବା ୧୫,୦୦୦ ତନ୍ତ ବସିବା ସ୍ଥଳକୁ ପର୍ଯ୍ୟାୟକ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ। 

–ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭ % ଓବିସି ପ୍ରାର୍ଥୀ ଦେବ ବିଜେଡ଼ି, ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା

–ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ, ରେଜଲ୍ଟ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା। orissaresults.nic.in ରେ ରେଜଲ୍ଟ ପାଇପାରିବେ

–ଯାନବାହନ ସ୍କ୍ରାପେଜ ନୀତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ; ଗୁଜରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ ସୁସ୍ଥ। ଦେଶରେ ମୋଟ ୩,୧୩,୦୨,୩୪୫ ଜଣ କରୋନା ସଂକ୍ରମିତ ସୁସ୍ଥ

–ଦେଶରେ ସଂପ୍ରତି ୩,୮୫,୨୨୭ ଜଣ ସକ୍ରିୟ କରୋନା ରୋଗୀ। ଦେଶରେ ଆରୋଗ୍ୟ ହାର ୯୭.୪୬%  ; ଦୈନିକ ସଂକ୍ରମଣ ହାର ୨.୦୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୧୩%

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ବରଗଡ ଜିଲାରୁ ସର୍ବାଧିକ ୧୩ ,ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭୫୭

–ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୯୩ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୯୫ ଓ ସ୍ଥାନୀୟ ସଂକ୍ରମିତ ୪୯୮। ଆଉ ୧୧୭୭ ଜଣ ସୁସ୍ଥ ;  ରାଜ୍ୟରେ ସଂପ୍ରତି ୧୦୮୦୯ ଜଣ ସକ୍ରିୟ କରୋନା ସଂକ୍ରମିତ

–କେନ୍ଦ୍ରାପଡ଼ା ଭାରିଗଦାରେ ଭଙ୍ଗାରୁଜା ଘଟଣାରେ ୨୪ ଅଭିଯୁକ୍ତ ଗିରଫ

–ରାଜୌରୀରେ ଭାଜପା ନେତାଙ୍କ ଘର ଉପରେ ଗ୍ରେନେଡ ଆକ୍ରମଣ, ଜଣେ ଶିଶୁ ମୃତ, ୬ ଆହତ

–ଖୋର୍ଦ୍ଧାରୁ ଜବତ ହେଲା ୧ କିଲୋଗ୍ରାମ ୩୨0 ଗ୍ରାମ ବାଉନସୁଗର; ୩ ଗିରଫ

–ସୁରକ୍ଷାକର୍ମୀ–ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

–ମୁମ୍ବଇରେ ଡେଲଟା ପ୍ଲସ ପ୍ରକରଣରେ ପ୍ରଥମ ମୃତ୍ୟୁ; ଦୁଇଟି ଟିକା ନେଇସାରିଥିଲେ ମୃତ ମହିଳା

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories