ନୂଆଦିଲ୍ଲୀ: ଦେଶରେ ପ୍ରଥମ ନାଜାଲ ଭ୍ୟାକସିନର ପରୀକ୍ଷା ପାଇଁ ସବୁଜ ସଙ୍କେତ ମିଳିଛି। ଏହି ପ୍ରଥମ ନାଜାଲ ଭ୍ୟାକସିନକୁ ଭାରତ ବାୟୋଟେକ ପ୍ରସ୍ତୁତ କରିବ। ଆଜି ଭାରତ ବାୟୋଟେକ ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ପରୀକ୍ଷା ପାଇଁ ସବୁଜ ସଙ୍କେତ ଦିଆଯାଇଛି। ଭାରତ ବାୟୋଟେକ୍କୁ ପ୍ରଥମ ନାଜାଲ ଭ୍ୟାକସିନକୁ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ମିଳିଥିବା ସୂଚନା ମିଳିଛି। ଫଳରେ ଭାରତ ବାୟୋଟେକ ପକ୍ଷରୁ ଖୁବ ଶୀଘ୍ର ଦେଶର ପ୍ରଥମ ନାଜାଲ ଭ୍ୟାକସିନ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣାପଡ଼ିଛି।
Popular Categories



