www.samajalive.in
Sunday, December 7, 2025
23.1 C
Bhubaneswar

ମିଳୁନି ସାର : ନବରଙ୍ଗପୁର​ରେ ରାଜରାସ୍ତା ଅବରୋଧ କଲେ ଚାଷୀ

ନବରଙ୍ଗପୁର : ଆବଶ୍ୟକ ସାର ମିଳୁନଥିବା ପ୍ରତିବାଦ କରି ନବରଙ୍ଗପୁର ବ୍ଳକର ଚାଷୀ ମାନେ ଗାନ୍ଧୀଛକରେ ଧାରଣାରେ ବସିବା ସହ ଦୀର୍ଘ ସମୟଧରି ରାଜରାସ୍ତା ଅବରୋଧ କରିଥିଲେ। ଜିଲାର ୧୩ଟି ଲାମ୍ପ୍ସରେ ସାର ମିଳୁନଥିବା ଅଭିଯୋଗ ହୋଇଛି। ଜିଲାରେ ୯୦ ହଜାର ମେଟ୍ରିକ ଟନ ସାରର ଆବଶ୍ୟକ ରହିଥିବାବେଳେ ମାତ୍ର ୬୦ ହଜାର ମେଟ୍ରିକ ଟନ ଆସିଥିବା କୁହାଯାଇଛି। ଅଧିକାଂଶ ସ୍ଥାନରେ ସାରର କଳା ବଜାର ହେଉଥିବାବେଳେ ପ୍ରକୃତ ଗରୀବ ଓ ମଧ୍ୟବିତ୍ତଚାଷୀ ସାର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଆସି ବୁଝାସୁଝା କରି ତିନିଦିନ ଭିତରେ ସାର ଅଭାବ ପୂରଣ କରାଯିବାର ପ୍ରତିଶୃତି ଦେବାପରେ ସାମୁହିକ ଭାବେ ଧାରଣ ପ୍ରତ୍ୟାହାର କରାଯାଇଛି। ଏହି ଆନ୍ଦୋଳନରେ କୃଷକ ନେତା ବୃନ୍ଦାବନ ତ୍ରିପାଠୀ, ଜିଲା ବିଜେପିସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିରୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ, ଜିଲା ମହିଳା ମୋର୍ଚ୍ଚା ସଭାପତି ଶର୍ମିଷ୍ଠା ଦେଓ, ନଗର ସଭାପତି ପିଣ୍ଟୁ ମିଶ୍ରଙ୍କ  ସମେତ ବହୁ ସଂଖ୍ୟାରେ ଚାଷୀ ମାନେ ଯୋଗ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories