ବିଶ୍ବର ସବୁଠୁ କ୍ଷୁଦ୍ର ମହିଳାଙ୍କୁ କଣ୍ଢେଇ ଭଳି ଉଠାଇଲେ ଗ୍ରେଟ୍ ଖଲି, ଭିଡିଓ ଦେଖି ଲୋକେ କହିଲେ ଏମିତି

ନୂଆଦିଲ୍ଲୀ : ଦେଶର ଜଣାଶୁଣା କୁସ୍ତି ଯୋଦ୍ଧା ‘ଦ ଗ୍ରେଟ୍ ଖଲି’ଙ୍କୁ କିଏ ବା ନଚିହ୍ନେ । ସାରା ବିଶ୍ବରେ ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଜିତିଛନ୍ତି । ତାଙ୍କ ଭିଡିଓ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥାଏ । କେତେବେଳେ ସେ ମୁଥ ମାରି ଇଟା ଭାଙ୍ଗିଦିଅନ୍ତି ତ ଆଉ କେତେବେଳେ ସେ କ୍ରିକେଟ୍ ଖେଳୁଥିବା ନଜର ଆସନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି ଯେଉଁଥିରେ ସେ ବିଶ୍ବର ସବୁଠୁ କମ୍ ଉଚ୍ଚତାର ମହିଳା ଜ୍ୟୋତି ଆମ୍ଗେଙ୍କୁ ଗୋଟିଏ ହାତରେ ଉଠାଉଥିବା ନଜର ଆସୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ସମସ୍ତେ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

 

View this post on Instagram

 

A post shared by The Great Khali (@thegreatkhali)

ଇନଷ୍ଟାଗ୍ରାମରେ ଦ ଗ୍ରେଟ୍ ଖଲି ଓ ଜ୍ୟୋତି ଆମ୍ଗେଙ୍କ ଏହି ଭିଡିଓ ଗୋଟିଏ ଦିନ ପୂର୍ବରୁ ପୋଷ୍ଟ କରାଯାଇଛି ଯାହାକୁ ବହୁତ ଭ୍ୟୁଜ୍ ମିଳୁଛି । ଭିଡିଓରେ ଖଲି ଜ୍ୟୋତିଙ୍କୁ ଶୂନ୍ୟରେ ଶୂନ୍ୟରେ ଗୋଟିଏ ହାତରେ ଉଠାଇ ଦେଉଛନ୍ତି । ଏହି ସମୟରେ ଜ୍ୟୋତି ଖୁବ୍ ହସୁଛନ୍ତି ଏବଂ ଲାଜ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଖଲି ଏହି ଭିଡିଓକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ଯାହାକୁ ଏପର୍ଯ୍ୟନ୍ତ ୪୭ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି ।

ଏହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ‘ସେଓ ଭାବି ଖାଇଦେବନି ।’ ଅନ୍ୟ ଜଣେ ଲେଖିଛନ୍ତି କି ‘ଖଲି ସାରଙ୍କ କଣ୍ଢେଇ’ । ସେହିଭଳି ଆଉ ଜଣେ ମଜାରେ ଲେଖିଛନ୍ତି କି ‘ଖଲି ନିଜ ଶକ୍ତିର ଅପବ୍ୟବହାର କରୁଛନ୍ତି ।’ କହିରଖୁଛୁ ଦ ଗ୍ରେଟ୍ ଖଲିଙ୍କ ଉଚ୍ଚତା ୭ ଫୁଟ୍ ୧ ଇଞ୍ଚ । ଅନ୍ୟପଟେ ମହାରାଷ୍ଟ୍ରର ନାଗପୁରରେ ରହୁଥିବା ଜ୍ୟୋତି ଆମ୍ଗେ ବିଶ୍ବର ସବୁଠାରୁ କମ୍ ଉଚ୍ଚତାର ମହିଳା ଭାବେ ରେକର୍ଡ କରିଛନ୍ତି । ସେ ଅନେକ ସମୟରେ ରିଲ୍ସ ଏବଂ ଭିଡିଓରେ ନଜର ଆସନ୍ତି । ସେ ସାରା ବିଶ୍ବ ଭ୍ରମଣ କରିସାରିଛନ୍ତି ଏବଂ ଅନେକ ବଡ ଶୋରେ ସେ ଭାଗ ନିଅନ୍ତି ।

Comments are closed.