www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ପଥର ଅଭାବରୁ ଶ୍ରୀମନ୍ଦିର ଭିତରେ ଥିବା ମନ୍ଦିର ମରାମତି କାମରେ ବ୍ୟାଘାତ। ଖଣ୍ଡୋଲାଇଟ ପଥର ମିଳୁନଥିବାରୁ ମରାମତି କାମ ଅଟକି ରହିଥିବାର ସୂଚନା ଦେଲେ ପ୍ରତ୍ନତତ୍ତ୍ବ ବିଭାଗ ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ।

–କରୋନାରେ ଆଇଏଫ୍‌ଏସ୍ ଅଫିସର ସନ୍ତୋଷ ବନଛୋରଙ୍କ ପରଲୋକ। ପିସିସିଏଫ୍‌ ଅଫିସରରେ ଉପ ବନ ସଂରକ୍ଷକ ଭାବେ କାର୍ଯ୍ୟ କରୁଥିଲେ ବନଛୋର। କରୋନାରେ ଆକ୍ରାନ୍ତ ହୋଇ ଗତମାସ ୯ରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

- Advertisement -

–ମାଗଣା ଟିକା ଘୋଷଣା ପରେ କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି। ୧୮ବର୍ଷରୁ ଊର୍ଦ୍ଧ୍ବ କାହାକୁ ଅଗ୍ରାଧିକାର ଦିଆଯିବ ସେଥିନେଇ ନିର୍ଣ୍ଣୟ ନେବେ ରାଜ୍ୟ ସରକାର

–ଲୋକ ସଂଖ୍ୟା, ରୋଗୀ ଅନୁପାତ ଓ ଟିକାକରଣ ଦେଖି ଟିକା ବଣ୍ଟନ ହେବ। ଯାହାର ବେଶି ଟିକା ଅପଚୟ ଥିବ, ଟିକା ଯୋଗାଣ ହ୍ରାସ ହେବ

–ଟିକା ଖରିଦ ନେଇ ନୀତି ଆୟୋଗ ଡା.ଭି.କେ.ପଲଙ୍କ ସୂଚନା-ମୋଟ ୭୪ କୋଟି ଟିକା ପାନ କିଣିବା ପାଇଁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି। ସେପ୍ଟେମ୍ବର ସୁଦ୍ଧା ମିଳିବ ସମସ୍ତ ଟିକା।

–୨୫କୋଟି ପାନ କୋଭିସିଲ୍ଡ ଓ ୧୯ କୋଟି ପାଳନ କୋଭାକ୍ସିନ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ଅର୍ଡର

–୩୦କୋଟି ପାନ ବାୟୋଲୋଜିକାଲ ଇ-ଟିକା ପାଇଁ ବି ଦିଆଯାଇଛି ଅର୍ଡର

–ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ୨୨ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ୱାର୍ଣ୍ଣିଂ ଜାରି। ୫ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ। ଅନ୍ୟ ୧୭ଟି ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

–ୟୁଜି ଓ ପିଜି ପରୀକ୍ଷା ନେଇ ୧୨ରେ କୁଳପତିମାନଙ୍କ ବୈଠକ। କୁଳପତି ଓ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ନିଆଯିବ ନିଷ୍ପତ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

–ରାଜ୍ୟର ୧୭ଟି ଜିଲ୍ଲାରେ ଅଦ୍ୟାବଧି ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ୍ ରବିଧାନ ସଂଗ୍ରହ କରାଯାଇଛି

–ଚଳିତ ବର୍ଷ ରବିଧାନ ବିକ୍ରି ନିମନ୍ତେ ରାଜ୍ୟରେ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲ

–ଅଦ୍ୟାବଧି ୧ ଲକ୍ଷ ୨୬ ହଜାର ୪୫୨ ଜଣ ଚାଷୀଙ୍କ ଠାରୁ ୧୫୮୦ କୋଟି ୨୦ ଲକ୍ଷ ଟଙ୍କା ମୂଲ୍ୟର ଧାନ ସଂଗ୍ରହ ହୋଇଛି

–ନିକଟ ଭବିଷ୍ୟତରେ ଟିକା ଉପଲବ୍ଧତା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି
–ଚଳିତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ୨୦୦ କୋଟିରୁ ଊର୍ଦ୍ଧ୍ବ ପାନ ଟିକାର ବ୍ୟବସ୍ଥା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି
–ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟ୍‍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି
–୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଶ୍ରୀ ଅଭୟ ସୂଚନା
–ରାଜ୍ୟର ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା
–ମୁଖ୍ୟମନ୍ତ୍ରୀ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି
–ଉତ୍ତରପ୍ରଦେଶରେ ସମସ୍ତ ଜିଲା ହେବ କରୋନା କଟକଣାରୁ ମୁକ୍ତ ; ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ
–ପିଏନବି ଠକେଇ : ଚୋକ୍ଷିଙ୍କୁ ଫେରାଇ ଆଣିବା ପାଇଁ ହରିଶ ସାଲଭେଙ୍କ କାନ୍ଧରେ ଦାୟିତ୍ୱ
–ସାଂସଦ ନବନୀତ୍ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା, ନକଲି ଜାତି ପ୍ରମାଣପତ୍ର ଖାରଜ, ୨ ଲକ୍ଷ ଟଙ୍କା ଜରିମାନା
–କଲକତାର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଗ୍ରୀନ କରିଡରରେ ଏୟାର ଆମ୍ବୁଲାନ୍ସରେ ଗଲେ ଆଇପିଏସ ଦେବାଶିଷ ପାଣିଗ୍ରାହୀ
–ଦେଶରେ ଗତ ୨୪ ଘଣ୍ଟାରେ ଆଉ ୮୬ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୯୬,୪୭୩
–୨ ହଜାର ୧୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯
–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩
–ରାଜ୍ୟରେ ଥମୁନି କରୋନା ମୃତ୍ୟୁ ; ଚିକିତ୍ସାଧୀନ ଅବସ୍ଥାରେ ୧୭ଟି ଜିଲାରୁ ଆଉ ୪୫ ଆକ୍ରାନ୍ତ ଆଖି ବୁଜିଛନ୍ତି
–ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩୦୮୦ରେ ପହଞ୍ଚିଛି
–ମାଗଣା ଟିକାକରଣ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ ; ଭାରତୀୟ ଶିଳ୍ପ ମହାସଂଘ ସମେତ ବିଭିନ୍ନ ରାଜ୍ୟର ସ୍ୱାଗତ
–ଜାମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନ ମୁତୟନକୁ ନେଇ ବଢୁଛି ଆଶଙ୍କା
ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେ ନାହିଁ- ସୁପ୍ରିମକୋର୍ଟ
–ଭାରତର ଏମଏସଏମଇ ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର
–୧୦୦ କିଲୋମିଟର ଚାଲିଲା ମହାବଳ ବାଘ ; ନଦୀ, ନାଳ ପାରହୋଇ ପହଞ୍ଚିଲା ବାଂଲାଦେଶରେ
–ଆମ୍ବ ଗୋଟାକର ମୂଲ୍ୟ ୧ ହଜାର
–ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଲା ରୁଷ
–ଚୀନରେ ଠାବ ହେଲା ଡାଇନୋସର୍‍ ପୂର୍ଣ୍ଣାଙ୍ଗ କଙ୍କାଳ ; ଜୀବାଶ୍ମର ପ୍ରାୟ ୭୦% ଅକ୍ଷତ ରହିଛି
–ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରସଙ୍ଗ: ପାକିସ୍ତାନ ରହିଲା ‘ବର୍ଦ୍ଧିତ ପରବର୍ତ୍ତୀ ପଦକ୍ଷେପ’ ତାଲିକାରେ
–ଅଧିକ ବିପଜ୍ଜନକ ହେବ ମୌସୁମୀ ; ପୂର୍ବାପେକ୍ଷା ବୃଦ୍ଧିପାଇବ ଆର୍ଦ୍ରତା
–ଆନ୍ତର୍ଜାତିକ କ୍ରିକେଟ୍‌ରୁ ରବିନ୍‍ସନ ନିଲମ୍ବିତ
–ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌, ଅକ୍ଟୋବର ୧୫ରେ ଫାଇନାଲ

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories