ରାତି ୮ଟା – ମୁଖ୍ୟ ଖବର

–ସିଏଚ୍‌ଏସଇ ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ ସାହୁଙ୍କ ସୂଚନା- ବିକଳ୍ପ ମୂଲ୍ୟାୟନ ଯୋଗୁ ଚଳିତ ବର୍ଷ ଭଲ ହେବ ଯୁକ୍ତ ଦୁଇ ପରୀକ୍ଷାଫଳ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ମୋଟ ପାସହାର ୯୦ ପ୍ରତିଶତରୁ ଅଧିକ ରହିବ।

–ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିକଳ୍ପ ମୂଲ୍ୟାୟନ ଚୟନ ହୋଇଛି। ଏଥର ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ ହାର ମଧ୍ୟ ଅଧିକ ରହିବ।

–ରାଜ୍ୟରେ ଅଟୋ ଗଡୁନଥିବାରୁ ଆର୍ଥିକ ଅନଟନ ଭୋଗୁଛନ୍ତି ଅଟୋଚାଳକ, ଦିନକୁ ଦିନ ବଢୁଛି ଚିନ୍ତା। ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଅଟୋ ଚାଳକ

–ଉପାନ୍ତ ଅଞ୍ଚଳରେ କୋଭିଡ ଟିକା ପହଞ୍ଚାଇବ ଆଇଟି ଡ୍ରୋନ ଡେଲଟା ୪୦୦, ଓଡ଼ିଆ ଆଇଟିଆଇ ଛାତ୍ର ତିଆରି କଲେ ଆଇଟି ଡ୍ରୋନ ଡେଲଟା ୪୦୦

–ତାଲାବନ୍ଦରେ ବି ଚାଲିଛି ଦେହ ବ୍ୟବସାୟ, ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳ ବୁଦ୍ଧେଶ୍ବର କଲୋନୀର ଏକ ଗେଷ୍ଟ ହାଉସରୁ ସେକ୍ସ ରାକେଟ ଠାବ, ଜଣେ ଯୁବତୀ ଓ ୩ ଯୁବକ ଅଟକ

–ପୋଲସରା: ଭୋଜିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ। ୨ ଗୋଷ୍ଠୀର ପରସ୍ପରକୁ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର। ମୃତଦେହ ଜବତ କରି ପୋଲସରା ତଦନ୍ତ ଆରମ୍ଭ।

–ପୁରୀ ସହରର ନୂଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୁଲିସ। ନୂଆ କରି ଏହି ଗ୍ୟାଙ୍ଗ ମୋବାଇଲ ଲୁଟୁଥିଲା। ୪ଟି ଚୋରା ମୋବାଇଲ ସହ ୨ ବାଇକ ଜବତ

–ଭୁବନେଶ୍ବର ରେଲ୍‌ୱେ ଷ୍ଟେସନରେ ଏକକ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା। ବିଏମ୍‌ସି ପକ୍ଷରୁ ରେଲୱେ ଷ୍ଟେସନରେ କରୋନା କଟକଣା କଡ଼ାକଡ଼ି କରାଯାଇଛି।

–୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ, ଦ୍ବିତୀୟ ପାନ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ।

–ଡବ୍ଲ୍ୟୁଟିସି ଫାଇନାଲ: ଭାରତ ୨୧୭ରନ୍‌ରେ ଅଲଆଉଟ। ରାହାଣେ ୪୯, କୋହିଲି ୪୪, ରୋହିତ ୩୪ରନରେ ଆଉଟ

–ରାଜ୍ୟରେ ଆଉ ୫୦୮୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪କୁ ବୃଦ୍ଧି

–ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ୟ୍ୟନ୍ତ ନୀତି ନିର୍ଘଣ୍ଟ।

–ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ, ଭୋର ୪ଟା ପର୍ୟ୍ୟନ୍ତ ପହଣ୍ଡି

–ଗୁଣ୍ଡିଚା ଯାତ୍ରା: ସକାଳ ୮.୩୦ରେ ପହଣ୍ଡି, ଅପରାହ୍ଣ ୩ଟାର ରଥଟଣା

–ବାହୁଡ଼ା ଯାତ୍ରା: ମଧ୍ୟାହ୍ନ ୧୨ଟାରୁ ଦିନ ୨.୩୦ ପର୍ୟ୍ୟନ୍ତ ପହଣ୍ଡି; ଅପରାହ୍ଣ ୪ଟାରେ ରଥଟଣା

–ଭୋର ୪ଟାରୁ ସକାଳ ୫.୩୦ ସୁନାବେଶ, ବେଶ ଓଲାଗି ରାତି ୧୧ଟାରୁ ୧୨ଟା

–ଆସନ୍ତାକାଲିଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ଅଭିଯାନ, ପ୍ରତିଦିନ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

–ଉଭୟ ଅନ୍‌ଲାଇନ ଓ ଅଫଲାଇନରେ ଟିକାକରଣ ପାଇଁ ଯୋଜନା

– ପ୍ରତ୍ୟେକ ବ୍ଲକରେ ଓ ଘଇଉରେ ୫ଟି ଲେଖାଏଁ ସେସନ ହେବ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରାଯିବ

–ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି। ୩ ରୁ୪ଦିନ ମଧ୍ୟରେ ଏମ୍‌ସରୁ ଡିସଚାର୍ଜ ହେବେ: ଅଧୀକ୍ଷକ

–କୋଭିଡ ମୃତ୍ୟୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ, ଯେଉଁଠି ବି କୋଭିଡ ମୃତ୍ୟୁ ହୋଇଥିଲେ ପ୍ରମାଣପତ୍ର ମିଳିବ

–ଦିଲ୍ଲୀ, ଅରୁଣାଞ୍ଚଳପ୍ରଦେଶ ସମେତ ମଣିପୁରରେ ଭୂକମ୍ପ ଝଟକା

–ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ‘ଘୋଷଣା କଲେ ମୁଖ୍ୟମନ୍ତ୍ରୀ’

–ପଞ୍ଚଭୂତରେ ଲୀନ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର

–୨୪ ଘଣ୍ଟାରେ ରାଜ୍ୟରେ ୩୫୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୨୦୩୯, ସ୍ଥାନୀୟ ସଂକ୍ରମିତ ୧୫୩୮

–ଓଡ଼ିଶାରେ ୨୪ ଘଣ୍ଟାରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବନଖଣ୍ତ(କେନ୍ଦୁପତ୍ର)ବିଭାଗ ଲୁହାପଙ୍କ ଗାଡୁମୁଣ୍ତା ଠାରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ମୃତ ; ୨ ଗୁରୁତର

–ଦେଶରେ ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସିଲା

–୨୪ ଘଣ୍ଟାରେ ଆଉ ୫୮ ହଜାର ୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୯୮, ୮୧, ୯୬୫କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୩,୮୬,୭୧୩

–ଦିନକରେ ଆଉ ୬୦,୦୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ୨,୮୭,୬୬,୦୦୯

–ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର,ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ କହିଛନ୍ତି ବିଶେଷଜ୍ଞ

–ଦେଢବର୍ଷ ପରେ ବାପା ମା’ଙ୍କ ସହିତ ମିଳିତ ହେଲା ୫ବର୍ଷର ଅଷ୍ଟ୍ରେଲୀୟ ଶିଶୁ କନ୍ୟା

–ଜାତୀୟସ୍ତରରେ ବେତନ ସୀମା ଏବଂ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ଗଠିତ ବିଶେଷଜ୍ଞ କମିଟି ତାଙ୍କର ରିପୋର୍ଟ ଖୁବଶୀଘ୍ର କରିବେ ପ୍ରଦାନ

–୨୮ ଘଣ୍ଟାରେ ୧୦ ମହଲା ଘର ତିଆରି

–ଗୁଜରାଟର ସାବରମତୀ ନଦୀ ଏବଂ ଅହମଦାବାଦ ସହରରେ ଥିବା ଦୁଇଟି ହ୍ରଦ ଜଳରୁ କରୋନା ଭୂତାଣୁର ନମୁନା କରାଯାଇଛି ଠାବ ; ଆଇଆଇଟି ଗାନ୍ଧୀନଗରର ଏକ ଗବେଷକଦଳ ପକ୍ଷରୁ ଅଧ୍ୟୟନ

–କୋପା ଆମେରିକା ଫୁଟବଲ – ଆର୍ଜେଣ୍ଟିନା ଓ ଚିଲି ବିଜୟୀ

–ୟୁରୋ କପ୍‌: ହଙ୍ଗେରୀ-ଫ୍ରାନ୍‌ସ ମ୍ୟାଚ୍‌ ଡ୍ର, ଜର୍ମାନୀ ବିଜୟୀ ; – ସ୍କଟଲାଣ୍ଡ ସହ ପଏଣ୍ଟ ଭାଗକଲା ଇଂଲଣ୍ଡ

–କୋପା ଆମେରିକା ଫୁଟବଲ – ଆର୍ଜେଣ୍ଟିନା ଓ ଚିଲି ବିଜୟୀ

Comments are closed.