–ଗର୍ଭବତୀଙ୍କୁ କରୋନା ଟିକା ନେଇ କେନ୍ଦ୍ରର ନିର୍ଶେ ପ୍ରସଙ୍ଗ-ଏବେ ନୁହେଁ, ଆବଶ୍ୟକ ପ୍ରଶିକ୍ଷଣ ପରେ ଦିଆଯିବ ଟିକା। ନିର୍ଦ୍ଧିଷ୍ଟ ତାଲିମ ପୂର୍ବରୁ ଗର୍ଭବତୀଙ୍କୁ ଟିକା ନ ଦେବା ପାଇଁ ସବୁ ଜିଲାପାଳ ଓ ସିଡିଏମ୍ଓମାନଙ୍କୁ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି।
–ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଉତ୍ତରାଖଣ୍ଡର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି।
–ପୁରୀ ବଡ଼ଦାଣ୍ଡରେ ଛାତ ଉପରେ ରଥଯାତ୍ରା ଦେଖିବା ମନା। ରଥଯାତ୍ରାବେଳେ ଘର ଭିତରେ ରହିବେ ଶ୍ରଦ୍ଧାଳୁ-ଜିଲାପାଳ
–ରଥଯାତ୍ରାବେଳେ ଗର୍ଭଗୃହ ଓ ଜଗମୋହନ ମରାମତି ପ୍ରସ୍ତାବ। ଲେଜର ସ୍କାନିଂ ଜରିଆରେ ଏସବୁକୁ ରେକର୍ଡ କରାଯିବା ଲକ୍ଷ୍ୟ। ରତ୍ନ ସିଂହସନ ସ୍ଥିତି ଲେଜର ସ୍କାନିଂ ଦ୍ବାରା ଜଣାଯିବ-ଏଏସ୍ଆଇ
–ଚାଷୀଙ୍କଠାରୁ ଏବେ ଆଉ ଧାନ କିଣିବେ ନାହିଁ ରାଜ୍ୟ ସରକାର। କେନ୍ଦ୍ର ନିର୍ଦ୍ଧାରିତ ତାରିଖ ପରେ ଆଉ ଧାନ କିଣାଯିବ ନାହିଁ। ଆଉ ଅଧିକ ଧାନ କିଣିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା
–ଭିଜିଲାନ୍ସ ଜାଲରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର। ଲକ୍ଷେ ଲାଞ୍ଚ ନେଇ ଧରାପଡ଼ିଲେ ସ୍ପେଶାଲ ପିପି ଆଶୁତୋଷ ମିଶ୍ର
–କୋଭାକ୍ସିନ ୩ୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ଆସିଲା; ଗୁରୁତର ରୋଗୀଙ୍କ କ୍ଷେତ୍ରରେ ୯୩% ଫଳପ୍ରଦ
–ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷହେବ
–ପାଣି ଉପରେ ଜରୁରୀ ଅବତରଣ କଲା ୭୩୭ ପଣ୍ୟବାହୀ ବିମାନ
–ଦେଶରେ ୨୪ ଘଣ୍ଟାରେ ଆଉ ୪୪,୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୨,୩୬୨
–ଚିକିତ୍ସାଧୀନ ଅବସ୍ଥାରେ ଆଉ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୧,୦୫୦। ମୃତ୍ୟୁ ହାର ୧.୩୧%
–ଦିନକରେ ଆଉ ୫୭,୪୭୭ ସୁସ୍ଥ ହେବା ସହ ମୋଟ ୨,୯୬,୦୫,୭୭୯ ସୁସ୍ଥ ; ଆରୋଗ୍ୟ ହାର ୯୭.୦୬%
–୪,୯୫,୫୩୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ; ସକ୍ରିିୟ ଚିକିତ୍ସାଧୀନ ହାର ୧.୬୨%। ୪୩,୯୯,୨୯୮ ଦିନକରେ ଟିକା ନେଇଥିବା ବେଳେ ମୋଟ ୩୪,୪୬,୧୧,୨୯୧ ଟିକା ନେଇ ସାରିଛନ୍ତି
–ସାପ୍ତାହିକ ସଂକ୍ରମଣ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୫୦% ରହିଛି
–ତାଲିବାନର ଫତୱା- ଘରୁ ଏକାକି ବାହାରି ପାରିବେନାହିଁ ମହିଳା, ପୁରୁଷ ଦାଢି ବଢାଇବେ
–ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୭ ଏବଂ ସ୍ଥାନୀୟ ସଂକ୍ରମିତ ୧୨୪୦। ରାଜ୍ୟରେ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
–ପଞ୍ଜାବରେ ଗୁରୁତର ବିଜୁଳି ସଙ୍କଟ, ସିଧୁଙ୍କ ଉପରେ ୮ ଲକ୍ଷ ଟଙ୍କା ବିଜୁଳି ବିଲ୍ ବାକି
–ଭାରତ ବାୟୋଟେକ ସହ ୩୨୪ ନିୟୁତ ଡଲାରର ବୁଝାମଣା ବାତିଲ କଲା ବ୍ରାଜିଲ
–ଇସଲାମାବାଦ ଭାରତୀୟ ଉଚ୍ଚାୟୁକ୍ତଙ୍କ କୋଠା ଉପରେ ଡ୍ରୋନ୍, ଜବାବ ମାଗିଲା ଭାରତ
–ବିହାରରେ ନିଜ ଦଳର ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ବିଧାୟକ, ଅଧିକାରୀଙ୍କ ବଦଳିରୁ ବିଜେପି ମନ୍ତ୍ରୀଙ୍କ ଆୟ ୧୦୦କୋଟି
–ସାଇବର ଠକେଇ ଅଭିଯୋଗ ପାଇଁ ବାରଦୁଆର, ଶିକ୍ଷୟିତ୍ରୀଙ୍କଠାରୁ ନେଇଗଲେ ୬୦ ହଜାର



