www.samajalive.in
Sunday, December 7, 2025
26.1 C
Bhubaneswar

ବଂଶଧାରା ନେରେଡି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ରାୟଗଡା : ଆନ୍ଧ୍ର-ଓଡିଶା ବଂଶଧାରା ନଦୀ ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇବାପରେ ଏହି ଅବବାହିକ ଚଳଚଞ୍ଚଳ ହୋଇଉଠିଛି। ଓଡିଶା ନଦୀକୂଳବାସୀ ଏହି ରାୟ ଅବିଚାର ହୋଇଥିବା ଦର୍ଶାଉଥିବା ବେଳେ ଆନ୍ଧ୍ର ନଦୀକୂଳବାସୀ ଦୀର୍ଘ ବର୍ଷର ଏହି ବିବାଦ ଅନ୍ତ ଘଟିଛି ବୋଲି ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପର ଅଗ୍ରଗତି ଓ ସ୍ଥାନୀୟ ଲୋକଙ୍କ ସମସ୍ୟା, ଜଳସେଚନର ସୁବିଧା ସମ୍ପର୍କରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବଂଶଧାରା ପ୍ରସ୍ତାବିତ ନେରେଡି ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଖବର ପାଇ  ଓଡିଶାର ନଦୀକୂଳର କିଛି ଲୋକ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀଙ୍କୁ କ୍ଷୟକ୍ଷତି ସମସ୍ୟା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

- Advertisement -

ଶୁକ୍ରବାର ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଧର୍ମାନ୍ନା କିଷ୍ଟାଦାଶଙ୍କ ନେତୃତ୍ୱରେ ମନ୍ତ୍ରୀ,ବିଧାୟକ ଟିମ ନେରେଡି ପ୍ରକଳ୍ପ ପରିଦର୍ଶନ କରି ଫେରିଛନ୍ତି। ସୁପ୍ରିମକୋର୍ଟ ଏହି ବିବାଦୀୟ ପ୍ରକଳ୍ପ ମାମାଲାର ଶୁଣାଣି କରି ଆନ୍ଧ୍ରକୁ ଏହି ପ୍ରକଳ୍ପ କାର୍ଯ୍ୟାକାରିତା କରିବା ପାଇଁ ସବୁଜ ସଂଙ୍କେତ ଦେବାପରେ ଆନ୍ଧ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ରାୟରେ ଓଡିଶାରେ ୧୦୬ଏକର ଜମି ଅଧିଗ୍ରହଣ କରି ବିସ୍ଥାବିତଙ୍କୁ କ୍ଷତିପୂରଣ ଦେବାପାଇ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପ୍ରକାଶ ପରେ ଗଜପତି-ରାୟଗଡା ନଦୀକୂଳବାସୀଙ୍କ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଏହି ରାୟ ପରେ ଆନ୍ଧ୍ର ସରକାର ତୁହାକୁ ତୁହା ଜଳସମ୍ପଦ ବିଭାଗର ବରିଷ୍ଠ କର୍ମକର୍ତ୍ତା ଓ ଲୋକ ପ୍ରତିନିଧିମାନେ ଉକ୍ତ ଅଞ୍ଚଳ ଗ୍ରସ୍ତ କରି କାର୍ଯ୍ୟ ତ୍ୱରାନ୍ୱିତ ଦିଗରେ ପ୍ରୟାସ ଜାରୀ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡିଶା ସରକାରଙ୍କ ପକ୍ଷରୁ ଏହି ରାୟ ସମ୍ପର୍କରେ କୌଣସି ଟିପ୍ପଣୀ ଦେଉଥିବାରୁ ଓଡିଶା ନଦୀକୂଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାର ଲାଗିଛି। ଉପମୁଖ୍ୟମନ୍ତ୍ରୀ ଉକ୍ତ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସମାପ୍ତ କରି ଲୋକଙ୍କୁ ପିଇବା ପାଣି ଓ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡିଶା ବଂଶଧାରା ନଦୀ କୂଳବାସୀ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ବ୍ୟାରେଜ ଦ୍ୱାରା ବିସ୍ତାବିତ ସମସ୍ୟା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସହ ଜଳସମ୍ପଦ ମନ୍ତ୍ରୀ ଅନିଲ କୁମାର ଯାଦବ, ପାଲକଣ୍ଡା ବିଧାୟକ ଭି.କାଳାବତୀ, ପୁରୁଣା ପାଟଣା ବିଧାୟିକା ରେଡ୍ଡି ଶାନ୍ତି, ଜୁଆଡା ଶ୍ରୀନୁବାସ, ଶ୍ରୀକାକୁଲମ ଜିଲାପାଳ, ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଏସ.ସୁବନାକର ସମେତ ବହୁ ବରିଷ୍ଠ ପଦାଧିକାରୀ ଏହି ଗସ୍ତରେ ଆସିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories