www.samajalive.in
Sunday, December 7, 2025
18.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ବାହୁଡ଼ା ଯାତ୍ରା ପାଇଁ ବଡ଼ଦାଣ୍ଡରେ ପୁଲିସର ଫ୍ଲାଗମାର୍ଚ୍ଚ। ହୋଟେଲ, ଲଜିଂ ଓ ଘର ମାଲିକଙ୍କୁ ବଡ଼ଦାଣ୍ଡ ଓ ଛାତ ବାରଣ। ଆସନ୍ତାକାଲି ରାତି ୮ଟାରୁ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ।

–ଭୁବନେଶ୍ବରରେ ଗର୍ଭବତୀଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ନିଷ୍ପତ୍ତି। ଜୁଲାଇ ୨୧ରୁ ଭୁବନେଶ୍ବରରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ। ସପ୍ତାହରେ ୨ଦିନ; ବୁଧ ଓ ଶନିବାର ଗର୍ଭବତୀଙ୍କୁ ଟିକାକରଣ।

- Advertisement -

–ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଶେଷ। କୋଭିଡ କଟକଣା ଯୋଗୁ ଭର୍ଚୁଆଲ ମୋଡରେ ବସିଥିଲା ବୈଠକ। ବୈଠକରେ ୧୨ଟି ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି।

–ପଞ୍ଚାୟତ ଓ ପୌର ନିର୍ବାଚନ ଫୋକସରେ ରହିଛି। ଏଥର ନିର୍ବାଚନରେ ୫୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ ବିଜେପି। ନିର୍ବାଚନରେ ଏସଏଚଜି ମହିଳାଙ୍କ ସାମଗ୍ରୀର ମାର୍କେଟିଂ ବ୍ୟବସ୍ଥାକୁ ପ୍ରସଙ୍ଗ କରିବ- ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ

–କୋରାପୁଟ, ମାଲକାନଗିରି ଓ କନ୍ଧମାଳରୁ ଫେରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ବାନ। ମାଓ ପ୍ରବଣ ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟ ଓ କମ୍ବିଂ ଜାରି ରହିଛି। ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

–ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ପୁରସ୍କାର ଘୋଷଣା-ଓଡ଼ିଶା ଆଥଲେଟିକ୍ସ ସ୍ବର୍ଣ୍ଣ ଜିତିଲେ ଦେବ ୫ଲକ୍ଷ ଟଙ୍କା। ସେହିପରି ରୋପ୍ୟ ଜିତିଲେ ୩ଲକ୍ଷ ଏବଂ କାଂସ୍ୟ ପଦକ ପାଇଲେ ଲକ୍ଷେ ଟଙ୍କା ଦେବାକୁ ଘୋଷଣା।

–ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଛନ୍ତି। ମାଲକାନଗିରିରେ ୨ଜଣ ଏବଂ କୋରାପୁଟରେ ଜଣେ ମୋଟ ୩ଜଣ ମାଓବାଦୀ ପୁଲିସ ଡିଜିଙ୍କ ଉପସ୍ଥିତିରେ  ଆତ୍ମସମର୍ପଣ କରିଛନ୍ତି।

–ରାଜସ୍ଥାନର ଗଙ୍ଗାପୁର ସହରରେ ଏକ ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ଲାଇଟ୍ ଅନ୍ କରିବା ମାତ୍ରେ ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

–ସେହି ମେସିନରୁ ଅକ୍ସିଜେନ ଲିକ୍ ହୋଇଥିଲା ଏବଂ ସୁଇଚ୍ ଅନ୍ ହେବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣା ଗଙ୍ଗାପୁରର ଉଦାଇ ମୋର୍ ଅଞ୍ଚଳରେ ଘଟିଛି। କରୋନାରୁ ସୁସ୍ଥ ହୋଇଥିବା ଜଣେ ରୋଗୀଙ୍କ ଘରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା।

–ଟୋକିଓ ଅଲିମ୍ପିକ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ କରୋନାର କାୟା ଏଠାରେ ମଧ୍ୟ ଦେଖାଦେଇଛି। କ୍ରୀଡ଼ା ଗ୍ରାମରେ ଥିବା ୨ ଆଥଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜଣାପଡିଛି।

–କରୋନା ସଂକ୍ରମଣର ଏହାର ୩ୟ ମାମଲା ହୋଇଥିବା ବେଳେ ଏହା ପୂର୍ବରୁ ଜଣେ ଆଥଲେଟ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏଏଫପିର ରିପୋର୍ଟ ଅନୁଯାୟୀ, ସଂକ୍ରମିତ ହୋଇଥିବା ଏହି ୨ ଆଥଲେଟ୍‍ ଟୋକିଓ ଅଲିମ୍ପିକର କ୍ରୀଡ଼ା ଗ୍ରାମରେ ଥିଲେ।

–ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଶନିବାର ରାତିରୁ ହେଉଥିବା ବର୍ଷା ରବିବାର ଯାଏଁ ଜାରି ରହିବା ସହ ଏହାର ତାଣ୍ଡବ ଦେଖିବାକୁ ମିଳିଛି।ପ୍ରବଳ ବର୍ଷା କାରଣରୁ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

–ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡିବାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସେହିପରି ବିଖେରୋଲି ଅଞ୍ଚଳରେ କାନ୍ଥ ଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଏଯାଏଁ ମୋଟ ୨୦ ଜଣଙ୍କର ମୃତ୍ୟୁ ଘଟିଛି।

–ଦେଶରେ ନୂଆ ଆକ୍ରାନ୍ତ ୪୧,୧୫୭ ; ମୃତ ୫୧୮। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୩,୬୦୯। ୨୪ ଘଣ୍ଟାରେ ଆଉ ୪୨,୦୦୪ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୨,୬୯,୭୯୬ ସୁସ୍ଥ। ୪,୨୨,୬୬୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–କଟକ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟ ସମୀକ୍ଷା କଲେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ ହଜାର ୨୧୫ ନୂଆ ସଂକ୍ରମିତ ଚିହ୍ନଟ ;  ସଙ୍ଗରୋଧରୁ ୧୨୭୨ ଓ ସ୍ଥାନୀୟ ୯୪୩। ଏହାସହ ମୋଟ ସଂକ୍ରମିତଙ୍କକ ସଂଖ୍ୟା ୯,୫୪, ୩୨୬। ୯,୨୭,୯୨୬ ସୁସ୍ଥ ହୋଇଥିବା ବେଳେ ୨୧,୨୮୯ ସଂକ୍ରମିତ ଚିକିତ୍ସାଧୀନ

–ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୬ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଲା

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories