www.samajalive.in
Saturday, December 6, 2025
14.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ଟୋକିଓ ଅଲିମ୍ପିକ୍ସରେ ନୂଆ ଇତିହାସ। ନୀରଜ ଚୋପ୍ରାଙ୍କୁ ମିଳିଲା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ। ଜାଭଲିନ ଥ୍ରୋରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ।

–ବ୍ୟକ୍ତିଗତ ଇଭେଣ୍ଟ ଭାବେ ଦେଶକୁ ଦ୍ବିତୀୟ ସ୍ବର୍ଣ୍ଣ ମିଳିଲା। ଏକମାତ୍ର ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା।

- Advertisement -

–ଟୋକିଓ ଅଲିମ୍ପିକ୍ସ: ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ। ରେସଲିଂ ୬୫ କେଜି ବର୍ଗରେ କାଜାଗାସ୍ତାନ ପ୍ରତିଦ୍ବନ୍ଦୀଙ୍କୁ ହରାଇଲେ। ବଜରଙ୍ଗଙ୍କ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି।

–ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ମୃତ। ବାଲେଶ୍ବର ଜିଲାରେ ସର୍ବାଧିକ ୬ଜଣଙ୍କର ମୃତ୍ୟୁ। ଭଦ୍ରକ ଜିଲା ରାଧାନାଥପୁର ଗାଁରେ ବଜ୍ରପାତରେ ଅନ୍ୟ ଜଣଙ୍କର ମୃତ୍ୟୁ।

–ଆଜି ରାଜ୍ୟରେ ସୁସ୍ଥ ହେଲେ ୧୫୨୫ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୯୬୮୪୫୩କୁ ବୃଦ୍ଧି

–ମୌସୁମୀ ବର୍ଷାର ପ୍ରଭାବ ରାଜସ୍ଥାନରେ ମଧ୍ୟ ଦେଖାଯାଇଛି। ଏଠାରେ ୧୨ଟି ଜିଲାରେ ଗତକାଲି ହୋଇଥିବା ବର୍ଷା ପ୍ରଭାବରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି।

–ଆଫଗାନିସ୍ତାନରେ ତାଲିବାନର ଚାଲିଥିବା ନରସଂହାର ଏବଂ ଦମନଲୀଳ ଏହାକୁ ଆନ୍ତର୍ଜାତିକସ୍ତରରେ ବୈଧତା ଦେବନାହିଁ ବୋଲି ଆମେରିକା କହିଛି।

–ଆଫଗାନ ସରକାରଙ୍କ ଗଣମାଧ୍ୟମ ସୂଚନା କେନ୍ଦ୍ରର ନିର୍ଦ୍ଦେଶକ ଦାୱା ଖାନ୍‍ ମେନାପାଲଙ୍କୁ ତାଲିବାନ ହତ୍ୟା କରିବା ଘଟଣାକୁ ହ୍ୱାଇଟ ହାଉସ ଦୃଢ ଭାବରେ ନିନ୍ଦା କରିଛି।

–ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ପୁଲିସକୁ ଫୋନ କରି ବୋମା ଖଞ୍ଜାଯାଇଥିବା ଧମକ ଦେବାପରେ ମୁମ୍ବଇର ତିନିଟି ରେଳ ଷ୍ଟେସନ ଏବଂ ଅମିତାଭ ବଚନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

–ମୁମ୍ବଇ ପୁଲିସର ନିୟନ୍ତ୍ରଣ କକ୍ଷକୁ ଆସିଥିବା ଏହି ଫୋନ କଲ୍‍ ରେ ଏହି ଚାରିଟି ସ୍ଥାନରେ ବିସ୍ଫୋରକ ଖଞ୍ଜାଯାଇଥିବା କୁହାଯାଇଥିଲା।

– ମୁମ୍ବଇ ପୁଲିସ ତୁରନ୍ତ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ବିଭିନ୍ନ ସ୍ଥାନ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ବୋମାର ସନ୍ଧାନ ପାଇ ପାରିନଥିଲା।

– ଆଫଗାନିସ୍ତାନ ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାକୁ ଲାଗିଥିବାରୁ ବ୍ରିଟେନ ତାହାର ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡି ଚାଲିଆସିବାକୁ ନିର୍ଦ୍ଦେଶ ଦେଇଛି।

– ଆଜି ରାଜ୍ୟରେ ୧୦୯୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୬୩୭ ଓ ସ୍ଥାନୀୟ ସଂକ୍ରମିତ ୪୫୯। ରାଜ୍ୟରେ କରୋନା ସଂକ୍ରମଣରେ ଗଲା ୬୪ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୨୭ ଜଣଙ୍କର ମୃତ୍ୟୁ

– ଦେଶରେ ଆଜି ୩୮ ହଜାର ୬୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୯୫୩୮୫କୁ ବୃଦ୍ଧି। ଦେଶରେ ଆଜି କରୋନାରୁ ୪୦୦୧୭ ସୁସ୍ଥ ହୋଇଥିବା ବେଳେ ୬୧୭ ଜଣଙ୍କ ମୃତ୍ୟୁ ଘଟିଛି

–ଗବେଷକଙ୍କର ଏକ ଦଳ ବରାଫାବୃତ ସାଇବେରିଆର ଏକ ଗୁମ୍ଫା ମଧ୍ୟରୁ ଏକ ସିଂହ ଶାବକର ମୃତ ଶରୀର ଠାବ କରିଛନ୍ତି। ତାହା ସମ୍ପୂର୍ଣ୍ଣ ଭାବରେ ବରଫ ପାଲଟିଯାଇଛି।

–ବ୍ରହ୍ମପୁର ସ୍ଥିତ କୋଭିଡ୍ ହସ୍ପିଟାଲରୁ ଚିକିତ୍ସାଧୀନ ବନ୍ଦୀ ଗାଏବ, ବାଲିଗୁଡ଼ା ସବ୍‌ଜେଲ୍‌ରେ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

–ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକର ବରିଷ୍ଠ କିରାଣି ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories