ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର Less than 1 min.Read ସନ୍ଧ୍ୟା ୭ଟା- ମୁଖ୍ୟ ଖବର By samajalive 2 July, 2021 7:00 PM FacebookTwitterPinterestWhatsAppLinkedinReddIt –ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ – କୋୱିନ ପୋର୍ଟାଲରେ ପଞ୍ଜିକରଣ କରି ଅବା ଟିକା କେନ୍ଦ୍ରକୁ ଯାଇ ଗର୍ଭବତୀ ମହିଳା ଟିକା ନେଇ ପାରିବେ –ରାଜ୍ୟକୁ ଆସିଲା ଆଉ ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା, ଗତକାଲି ଆସିଥିଲା ୧ ଲକ୍ଷ କୋଭିସିଲ୍ଡ ଟିକା, ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା –ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା –ଓଡ଼ିଶାର ୪ଟି ଜିଲା ସମେତ ଦେଶର ମୋଟ ୭୧ ଜିଲାରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ –ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ; କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତି ଅନୁଧ୍ୟାନ କରିବେ –ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁର ଆଦି ରାଜ୍ୟକୁ କେନ୍ଦ୍ରୀୟ ଦଳ ଗସ୍ତ କରିବେ ବୋଲି ଜଣାଯାଇଛି। –ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା –ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇ ପାରିବେ, ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ ରୁ ୧୪ ମଧ୍ୟରେ ଫର୍ମ ପୂରଣ ହେବ। –ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ, ପରୀକ୍ଷାର ୧୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯିବ, ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ। –ପୃଥିବୀ ବାୟୁମଣ୍ଡଳର ତାପମାତ୍ରା ୨୦୦୫ରୁ ୨୦୧୯ ମଧ୍ୟରେ ଦୁଇଗୁଣ ହୋଇଛି। ଆଗାମୀ ଦଶନ୍ଧିରେ ଯଦି ଏହିଭଳି ଧାରା ଜାରିରହେ ତେବେ ତାହା ଜଳବାୟୁ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ। –ବଲିଉଡ଼ ଅଭିନେତ୍ରୀ ୟାମି ଗୌତମଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ସମନ ଜାରି କରାଯାଇଛି। –ବୈଦେଶିକ ବିନିମୟ ପରିଚାଳନା ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ଅଭିନେତ୍ରୀଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି। –ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା –କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଋଣ ଆଦାୟ ପ୍ରଭାବିତ; ବୁଡିଯାଇପାରେ ୧୧.୨% ବ୍ୟାଙ୍କ ଋଣ –ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୪ ଆତଙ୍କବାଦୀ ଓ ଜଣେ ସହଯୋଗୀ ନିହତ, ଜଣେ ଯବାନ ଶହୀଦ – ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ; ୫୯,୩୮୪ ଜଣ କରୋନାରୁ ସୁସ୍ଥ, ଆରୋଗ୍ୟ ହାର ୯୭.୦୧%, ସଂପ୍ରତି ୫,୦୯,୬୩୭ ଜଣ ସକ୍ରିୟ ସଂକ୍ରମିତ –ଏ ପର୍ଯ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା। –ନାସା ପକ୍ଷରୁ କୁହାଯାଇଛି ଯେ ପୃଥିବୀ ପୃଷ୍ଠର ତାପମାତ୍ରା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି। –ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ –ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୮୩୮ ଓ ସ୍ଥାନୀୟ ସଂକ୍ରମିତ ୧୩୮୪, କଟକରୁ ସର୍ବାଧିକ ୬୧୯ –କରୋନା ସମୟରେ ଛଟେଇ, ଲୋକସେବା ଭବନର ୧୮୪ କର୍ମଚାରୀଙ୍କୁ ନୋଟିସ –ଥାନା ଭିତରେ ମହିଳା ଏସ୍ଆଇଙ୍କୁ ଆକ୍ରମଣ ଏବଂ ଯୌତୁକ ନିର୍ୟାତନା ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗୋଟିଏ ପରିବାରର ଭାଇ, ଭଉଣୀ ଓ ମା’ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି –ସାଇବର ଠକେଇ: ଟଙ୍କା ମିଳୁଛି, ଧରାପଡୁନାହାନ୍ତି ଅପରାଧୀ –ଫିରିଙ୍ଗିଆ ପୁଲିସ ପକ୍ଷରୁ ହୋଣ୍ଡା ସିଟି କାର୍ ସହିତ ୩୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ –କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭନ୍ନ ସ୍ଥାନରେ ୧୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର –ଭାରତର ପ୍ରମୁଖ ଭିନ୍ନକ୍ଷମ ଜାଭେଲିନ୍ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ନିଜର ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗି ନୂତନ ରେକର୍ଡ ସହ ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି –ସଙ୍ଗରୋଧ ଅବଧି ସାରିବା ପରେ ଶ୍ରୀଲଙ୍କାରେ ଅଭ୍ୟାସ ଆରମ୍ଭ କରିଛନ୍ତି ଟିମ୍ ଇଣ୍ଡିଆର ସଦସ୍ୟ, କୋଚ୍ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ଦଳର ଖେଳାଳି ଅଭ୍ୟାସ କରୁଥିବାର କିଛି ଫଟୋ ବିସିସିଆଇ ଟ୍ୱିଟ କରି ସେୟାର କରିଛି Tagsnews Headlines @ 7PModia news Hot this week ନିଉଜ ଆଲର୍ଟ ୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି December 7, 2025 0 ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ଲୋୟର ପିଏମ୍ଜିରେ... ନିଉଜ ଆଲର୍ଟ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ December 7, 2025 0 ଭୁବନେଶ୍ଵର : ପୁଲିସ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏସ୍ବି... ଦେଶ-ବିଦେଶ ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ December 7, 2025 0 ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ... ଦେଶ-ବିଦେଶ ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍କା December 7, 2025 0 ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ... ଧର୍ମ ଆଧ୍ୟାତ୍ମ ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା December 7, 2025 0 ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ... Related Articles ୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ନିଉଜ ଆଲର୍ଟ December 7, 2025 ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ ନିଉଜ ଆଲର୍ଟ December 7, 2025 ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ ଦେଶ-ବିଦେଶ December 7, 2025 ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍କା ଦେଶ-ବିଦେଶ December 7, 2025 ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା ଧର୍ମ ଆଧ୍ୟାତ୍ମ December 7, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleଗାଁ ଭିତରେ ଭାଲୁ, ଲୋକେ ଆତଙ୍କିତNext articleଗଞ୍ଜାମରେ ଦିଆଯିବ କୋଭିଡ ଟିକା କୋଭାକ୍ସିନ