www.samajalive.in
Monday, December 15, 2025
24.1 C
Bhubaneswar

ବିର୍ସା ମୁଣ୍ଡା ହୋ ସମାଜର ବ୍ଲକ ଉପଦେଷ୍ଟା ହେଲେ ପାଣ୍ଡବ ଚାତମା

ପାଟଣା: ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଉନ୍ନତି ଆଣିବା ପାଇଁ ପ୍ରତି ପଞ୍ଚାୟତରେ ହୋ ସାମାଜ ଗଠନ କରାଯାଇଛି। ସମ୍ପ୍ରଦାୟର ଭାଷା ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ପାଇଁ ହୋ ସମାଜ ର କର୍ମକର୍ତ୍ତା‌ ମାନେ ସଦା ସର୍ବଦା ଉଦ୍ୟମ ଜାରି ରଖିଛନ୍ତି। ଏହି ଅବସରରେ ଘଟଗାଁ ବ୍ଲକର ସାନ୍ତରାପୁର ପଞ୍ଚାୟତ ଛତିଆ ନିକଟ ରଘୁବେଡା ଡ୍ୟାମ ଠାରେ ହୋ ସମାଜର ବ୍ଲକ ସଭାପତି ପ୍ରହଲ୍ଲାଦ ଗାଗରାଇଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଘଟଗାଁ ବ୍ଲକରେ ଦୀର୍ଘ ଦିନରୁ ଖାଲି ପଡିଥିବା ଉପଦେଷ୍ଟା ପଦବୀ ନିମନ୍ତେ ପାଣ୍ଡବ ଚାତମାଙ୍କୁ ଉପଦେଷ୍ଟା ଭାବେ ଘୋଷଣା କରାଯାଇଛି। ଶ୍ରୀ ଚାତମାଙ୍କର କାର୍ଯ୍ୟଦକ୍ଷତା ସହ ଖଣ୍ଟଘର ପଞ୍ଚାୟତର ସଭାପତି ପଦବୀରେ ହୋ ସମାଜ ପ୍ରତି ଅନେକ ଅବଦାନ ରହିଥିବାରୁ ତାଙ୍କୁ ନୂତନ ଭାବେ ଘଟଗାଁ ବ୍ଲକ ହୋ ସମାଜ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସମାଜରେ ଚାଲିଥିବା ଅନ୍ଧ ବିଶ୍ବାସ, କୁସଂସ୍କାର ଓ ବାଲ୍ୟ ବିବାହର କୁପରିଣତି ଉପରେ ଉପସ୍ଥିତ ନିଜ ସମ୍ପ୍ରଦାୟର ର ଲୋକ ମାନଙ୍କୁ ସଚେତନ କରାଇବାରେ ତାଙ୍କର ଅବଦାନ ରହିଛି। ଏହି ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଜିଲ୍ଲା କମିଟି ସଦସ୍ୟ ଜଳଧାର ଶୀରକା, ଦୁମ୍ବି ହନହାଗା, ରାମେଶ୍ବର ସୋଏ, ସହଦେବ ହନହଗା, ବାମା ପୂର୍ତ୍ତି, ସୁଶାନ୍ତ ବାନାରା ଓ ଚମ୍ପା ଲାଗୁରୀ ପ୍ରମୁଖ ସହ ପାଞ୍ଚ ଶହରୁ ଉର୍ଦ୍ଧ ସମ୍ପ୍ରଦାୟର ଲୋକ ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories