www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଶାସନର କଳାପଥର – ବୈଦ୍ୟେଶ୍ୱର ରାସ୍ତା ମାପଚୁପ

କଳାପଥର (ବାଙ୍କୀ): ବାଙ୍କୀ ଠାରୁ ବୈଦ୍ୟେଶ୍ୱର ବାଟଦେଇ କଳାପଥର ଗୋଲେଇ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ରାସ୍ତାକୁ ଚଉଡା କରାଯିବା ସହିତ ଏହାର ପୁନରୁଦ୍ଧାର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗକୁ ଅର୍ଥ ମଞ୍ଜୁର କରାଯାଇଛି। ଏ ବାବଦରେ ପ୍ରାୟ ୨୪ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି। ଠିକାଦାରୀ ସଂସ୍ଥା ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି ସତ ହେଲେ ବିଭିନ୍ନ ସ୍ଥାନରେ ରହିଥିବା ଜବର ଦଖଲ ଉଚ୍ଛେଦ ହୋଇନାହିଁ। ବାରମ୍ବାର ପ୍ରଶାସନ ପକ୍ଷରୁ ଜବର ଦଖଲକାରୀଙ୍କୁ ବୁଝାଇଲେ ବି ଏଥିରେ କୌଣସି ଫରକ ପଡୁନାହିଁ। ଏହି କ୍ରମରେ ବାଙ୍କୀ ଠାରୁ ବୈଦ୍ୟେଶ୍ୱର ୧୯ କିଲୋମିଟର ରାସ୍ତାକୁ ଖାଲ ଢିପ କରି ନିର୍ମାଣ କରାଗଲା। ଅନେକ ସ୍ଥାନରେ ଏବେ ବି ଘର, ପାଇଖାନା ଥିବା ଦେଖିବାକୁ ମିଳିଛି। ହେଲେ ସ୍ଥାନୀୟ ତହସିଲ ପ୍ରଶାସନର ସହଯୋଗ ଅଭାବରୁ ରାସ୍ତା କଡରେ ହୋଇଥିବା ଜବର ଦଖଲ ଉଚ୍ଛେଦ ହୋଇପାରିଲା ନାହିଁ। ଦୀର୍ଘ ଦିନ ଅପେକ୍ଷା କରି ନିରାଶ ହେବାକୁ ପଡ଼ିବାରୁ ଠିକାଦାରୀ ସଂସ୍ଥା ଏହାର କାମ ଆରମ୍ଭ କରିଥିଲେ। ଏବେ ଉକ୍ତ ରାସ୍ତାଟି କଳାପଥର ଗୋଲେଇ ଛକ ପର୍ଯ୍ୟନ୍ତ ଯିବାକୁ ରହିଛି। ସ୍ଥାନୀୟ ଦମକଳ କେନ୍ଦ୍ର ଠାରୁ ଗୋଲେଇ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇକଡରେ ସରକାରୀ ଜାଗାକୁ ଅବରୋଧ କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜର ତିନି ମହଲା ଦୋକାନ ଘର, ମଇଳା ଟାଙ୍କି, ସିଡ଼ି, କୂଅ ଓ ବାସଗୃହ କରି ରହିଥିବା ବେଳେ ଏମାନଙ୍କୁ ହଟାଇବା ପ୍ରଶାସନ ପାଇଁ ଏକ ପ୍ରକାରର ମୁଣ୍ଡବ୍ୟଥାର କାରଣ ପାଲଟିଛି। ତାର ଭାଙ୍ଗିଲେ, ମୁଁ ଭାଗିବି’ ଏମିତି ବିତଣ୍ଡା ଯୁକ୍ତି କରୁଛନ୍ତି କିଛି ବ୍ୟକ୍ତି। ଏପରିକି କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ନିଜକୁ କୁଜି ନେତା ବୋଲାଉ ଥିବା ବ୍ୟକ୍ତି ମାନେ ରାଜନେତାଙ୍କୁ ଉଚ୍ଛେଦ ନ କରିବାକୁ ବିଭିନ୍ନ ସମୟରେ ଚାପ ପକାଇଥିବା ଶୁଣିବାକୁ ମିଳୁଛି। ଏହି କାରଣରୁ ୨ ବର୍ଷ ହେଲାଣି ମାତ୍ର ୨୬ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନାହିଁ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories