ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କୃଷି ବିଭାଗ ପକ୍ଷ ରୁ ଆନ୍ତର୍ଜାତିକ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା କୃଷି ବିଭାଗ ନିର୍ଦ୍ଦେଶ କ୍ରମେ ସାହାରପଡା କୃଷି ଅଧିକାରୀ ସୁମନ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ସ୍ୱେଚ୍ଛାସେବୀ ସଙ୍ଗଠନ ସି ୱାଇ ଏସ୍ ଡି ସାହାରପଡା ଓଡିଶା ମିଲେଟ ମିଶନ ବ୍ଲକ ସଂଯୋଜିକା ସମ୍ବିତ ପ୍ରଜ୍ଞା ପରିମିତାଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଆନ୍ତର୍ଜାତିକ ମାଣ୍ଡିଆ ଦିବସ ଅବସରରେ ମାଣ୍ଡିଆ ଚାଷକୁ ନେଇ ସାହାରପଡା ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ବ୍ଲକରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ସାହାରପଡା ବିଡ଼ିଓ ମାଧବ ଚନ୍ଦ୍ର ବିରୁଆ ଏବଂ ଅନ୍ୟାନ୍ୟ ବ୍ଲକ କର୍ମଚାରୀଙ୍କ ସମେତ ସାହାରପଡା କୃଷି ବିଭାଗର ରୂପକ କୁମାର ଦାଶ, ବିକ୍ରମ କୁମାର ଖଟୁଆ, ବାବୁଲାଲ ସୋରେନ, ଅନୀଲ କୁମାର, ତୁଶାରକାନ୍ତ ପାତ୍ରଙ୍କ ସମେତ ମିଲେଟ ମିଶନ ତରଫରୁ ପାର୍ଥସାରଥୀ ପାତ୍ର, ସୁଧାଂଶୁ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହ ସାହାରପଡା ହାଇସ୍କୁଲର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।
Popular Categories



