www.samajalive.in
Sunday, December 14, 2025
26.1 C
Bhubaneswar

ମୋବାଇଲ ଲୁଟିଆ ଗିରଫ

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲି ଲେଭଲ କ୍ରସିଂ ନିକଟରେ ଗତ ୧୬ ତାରିଖ ରାତ୍ରିରେ ପଶ୍ଚିମବଙ୍ଗର ପୁରୁଲିଆ ନିବାସୀ କଲ୍ୟାଣ ସାହୁ (୨୩) ନାମକ ଜଣେ ଶ୍ରମିକ ଶୌଚ ପାଇଁ ଯାଇଥିବା ବେଳେ ୨ ଜଣ ଯୁବକ ଅଚାନକ ଆସି ତାକୁ ଏକ ଲୁହା ରଡରେ ମାଡ ମାରିଥିଲେ। ମାଡ ମାରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ନିକଟରୁ ଏକ ମୋବାଇଲ ଲୁଟ କରି ଧମକଚମକ ଦେଇ ଫେରାର ମାରିଥିଲେ। ଲୁହା ରଡ ମାଡରେ ପିଡିତଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ବେଳେ ସେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୨୦୮/୨୦୨୩ ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଖଡିଆପଡ଼ା ନିବାସୀ ନନ୍ଦୁ ଓରାମ ଓ ଆକାଶ ମେହେରଙ୍କୁ ଗିରଫ କରି ଲୁଟ ହୋଇଥିବା ମୋବାଇଲ ଓ ଆକ୍ରମଣରେ ବ୍ୟବହୃତ ଲୁହା ଛଡ ଜବତ କରି ଗିରଫ କରିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories