www.samajalive.in
Tuesday, December 9, 2025
15.1 C
Bhubaneswar

ମୋବାଇଲ ଲୁଟିଆ ଗିରଫ

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲି ଲେଭଲ କ୍ରସିଂ ନିକଟରେ ଗତ ୧୬ ତାରିଖ ରାତ୍ରିରେ ପଶ୍ଚିମବଙ୍ଗର ପୁରୁଲିଆ ନିବାସୀ କଲ୍ୟାଣ ସାହୁ (୨୩) ନାମକ ଜଣେ ଶ୍ରମିକ ଶୌଚ ପାଇଁ ଯାଇଥିବା ବେଳେ ୨ ଜଣ ଯୁବକ ଅଚାନକ ଆସି ତାକୁ ଏକ ଲୁହା ରଡରେ ମାଡ ମାରିଥିଲେ। ମାଡ ମାରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ନିକଟରୁ ଏକ ମୋବାଇଲ ଲୁଟ କରି ଧମକଚମକ ଦେଇ ଫେରାର ମାରିଥିଲେ। ଲୁହା ରଡ ମାଡରେ ପିଡିତଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ବେଳେ ସେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୨୦୮/୨୦୨୩ ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଖଡିଆପଡ଼ା ନିବାସୀ ନନ୍ଦୁ ଓରାମ ଓ ଆକାଶ ମେହେରଙ୍କୁ ଗିରଫ କରି ଲୁଟ ହୋଇଥିବା ମୋବାଇଲ ଓ ଆକ୍ରମଣରେ ବ୍ୟବହୃତ ଲୁହା ଛଡ ଜବତ କରି ଗିରଫ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories