www.samajalive.in
Monday, December 8, 2025
24.1 C
Bhubaneswar

ସମୂହ ଛୁଟିରେ ଗଲେ ଯୋଗାଣ ସହାୟକ

ପଦ୍ମପୁର: ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଆହ୍ୱାନ କ୍ରମେ ଅଗଷ୍ଟ ୨୮ ତାରିଖଠାରୁ ୬ଦଫା ଦାବି ପୂରଣ ନିମନ୍ତେ ସମସ୍ତ କାର୍ଯ୍ୟରତ ଯୋଗାଣ ସହାୟକ ଆନ୍ଦୋଳନରେ ସାମିଲ ହେବା ପାଇଁ ଚେତାବନୀ ଦେଇଛନ୍ତି। ତେଣୁ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ମଧ୍ୟ ଆଜି ଯୋଗାଣ ସହାୟକ ବ୍ଲକ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଯୋଗାଣ ସହାୟକ କର୍ମଚାରୀ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କୁ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଭାକର ମଲ୍ଲିକଙ୍କ ଅନୁପସ୍ଥିତ ଡାଟା ଅପରେଟର ଆଦିତ୍ୟ ମିଶ୍ରଙ୍କ ସମତେ ପ୍ରତେକ ପଞ୍ଚାୟତର ସରପଞ୍ଚ ମାନଙ୍କୁ ମଧ୍ୟ ଦାବିପତ୍ର ସହ ସମୂହ ଛୁଟି ନିମନ୍ତେ ଆବେଦନ ପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଅଗଷ୍ଟ ୨୮ ତାରିଖ ଭୁବନେଶ୍ୱରଠାରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବେ ବୋଲି କୁହାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories