nua o banner

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ହେଲା ଧରଣୀଧର ବିଶ୍ୱବିଦ୍ୟାଳୟ

BJD Bijuli 480×75 Mob

କେନ୍ଦୁଝରଗଡ଼: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ କେନ୍ଦୁଝରରେ ଧରଣୀଧର ବିଶ୍ୱବିଦ୍ୟାଳୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃୟାରୀ ୧୩ ତାରିଖରେ କେନ୍ଦୁଝର ଗସ୍ତରେ ଆସି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା ୬ମାସ ପରେ ଧରଣୀଧର ବିଶ୍ୱବିଦ୍ୟାଳୟ ନେଇ ବିଧିବଦ୍ଧ ଭାବେ ଅଧିସୂଚନା (ଗେଜେଟ ନୋଟିଫିକେସନ) ଏଯାଏଁ ପ୍ରକାଶିତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଉନ୍ନୀତ କରାଯାଇ ଧରଣୀଧର ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବା ନେଇ ଅଗଷ୍ଟ ୧୮ ତାରିଖରେ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଉଚ୍ଚଶିକ୍ଷା ବିଭାଗ ଅନୁଯାୟୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧିନରେ ଥିବା କେନ୍ଦୁଝର ଜିଲାର ସମସ୍ତ ମହାବିଦ୍ୟାଳୟକୁ ବାଦ୍‌‌ ଦିଆଯାଇ ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଚଳିତବର୍ଷ ଜୁନ ୧ତାରିଖରୁ ସାମିଲ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ୧ ଜୁନ ୨୦୨୩ରୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟ ଭାବେ ଉନ୍ନୀତ କରାଯିବା ନେଇ ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି। ଫଳରେ ଧରଣୀଧର ବିଶ୍ୱବିଦ୍ୟାଳୟ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହୋଇ ପାରିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି। ତେବେ ବିଶ୍ୱବିଦ୍ୟାଳୟର ରୂପରେଖ କ’ଣ ହେବ ଏବଂ ବିଶ୍ୱବିଦ୍ୟାଳୟ ଅଧିନରେ ଜିଲାର କେଉଁ ସବୁ ଶିକ୍ଷାନୁଷ୍ଠାନ ସାମିଲ କରାଯିବ ସେ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ କୁଳପତି, କୁଳସଚିବ, ଅର୍ଥ ନିୟନ୍ତ୍ରକ ଓ ପରୀକ୍ଷା ନିୟନ୍ତ୍ରକ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ କାହାରିକୁ ନିଯୁକ୍ତି ଦିଆଯାଇ ନଥିବା ବେଳେ ନିକଟରେ ଜଣେ ପ୍ରାଧ୍ୟାପକଙ୍କୁ ଓଏସ୍‌‌ଡି ଭାବେ ନିଯୁକ୍ତି ଦିଆଯାଇଛି। ଓଏସ୍‌‌ଡି ଦାୟିତ୍ୱଗ୍ରହଣ କରି ସାରିଥିବା ବେଳେ ବିଶ୍ୱବିଦ୍ୟାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ନେଇ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦ ପୁରଣ କରାଯାଉନଥିବାରୁ ନବଗଠିତ ଏହି ବିଶ୍ୱବିଦ୍ୟାଳୟ କିଭଳି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ ମଧ୍ୟ ଦ୍ୱନ୍ଦରେ ଅଛନ୍ତି।

Comments are closed.