ବାରିପଦା : ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟ ଢାବାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ବଜ୍ରକାପ୍ତାର ଓଜନ ପ୍ରାୟ ୧୭ କେଜି ହେବ ବୋଲି ଅନୁମାନ କରାଯାଉଛି। ସମ୍ପୃକ୍ତ ଘଟଣାରେ ବନବିଭାଗ ଚାରି ଜଣଙ୍କୁ ଅଟକ ରଖିବା ସହ ଏକ ବୋଲେରୋ ଓ ଗୋଟିଏ କାର ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଢାବାରେ ବଜ୍ରକାପ୍ତା ରଖି ଚୋରା ଚାଲାଣ କରାଯାଉଥିବା ନେଇ ବନ ବିଭାଗ ଖବର ପାଇଥିଲା। ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ ଢାବାରେ ଚଢାଉ କରି ବଜ୍ରକାପ୍ତା ଉଦ୍ଧାର କରିଥିଲା। ଏହି ବଜ୍ରକାପ୍ତାକୁ ବିଦେଶକୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।
Popular Categories



