ବାଲେଶ୍ୱର : ବାଲେଶ୍ୱର ଖନ୍ତାପଡ଼ା ଥାନା ଅନ୍ତର୍ଗତ ବୋଇତା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଭିନ୍ନକ୍ଷମ ନାବାଳକର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଦୟାନିଧି ବେହେରାଙ୍କ ପୁଅ ଗୌତମ (୮)। ମିଳିଥିବା ସୂଚନା ଅନୁଯାୟୀ, ଆଜି ୧୧ଟା ସମୟରେ ଅସାବଧାନତା ବଶତଃ ଗୌତମ ବାଡ଼ି ପାଖ ଗାଡ଼ିଆକୁ ପଳାଇଥିଲା। କିଛି ସମୟ ପରେ ତା’ର ମା’ ମାଳତୀ ଖୋଜା ଖୋଜି କରିବା ପରେ ଗ୍ରାମବାସୀଙ୍କ ସହାୟତାରେ ପାଣିରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତର ଗୌତମକୁ ମୃତ ଘୋଷଣା କରିଥିଲେ।
Popular Categories



