ବିନା ଲେନ୍‌‌ସରେ କ୍ୟାମେରା

ନେଦରଲ୍ୟାଣ୍ଡର ଯନ୍ତ୍ରୀ ଜନ୍ କର୍ମାନ୍ ଏକ ଉନ୍ନତ ଧରଣର କ୍ୟାମେରା ଉଦ୍ଭାବନ କରିଛନ୍ତି, ଯାହାର କଳ୍ପନାତୀତ ଚିତ୍ରୋତ୍ତଳନ କ୍ଷମତା ରହିଛି। ସେଥିପାଇଁ ଲୋକେ ପୁଣି ଥରେ କ୍ୟାମେରା ଧରିବାକୁ ବାଧ୍ୟ ହେବେ ବୋଲି ଗବେଷଦକଳ ଆଶାପୋଷଣ କରିଛନ୍ତି। ଏହି ଅଭିନବ କ୍ୟାମେରାର ନାଁ ହେଉଛି ପାରାଗ୍ରାଫିକା। ଏଥିରେ କୌଣସି ଲେନ୍ସ ଲାଗିନଥିବାବେଳେ ବେଶ୍ ଭଲ ଫଟୋ ଉଠାଇ ହେଉଛି। ଏଭଳି ବିଚିତ୍ର କ୍ୟାମେରାର ଖୋଳକୁ ଥ୍ରି-ଡି ପ୍ରିଣ୍ଟର ଦ୍ବାରା ତିଆରି କରାଯାଇଥିବାବେଳେ କ୍ୟାମେରା ସେନ୍ସସରରେ ଜିପିଏସ୍ ତଥ୍ୟ, ପାଣିପାଗ, ତାପମାତ୍ରା ଆଦିର ସୂଚନା ଦେଲେ, ତାହାର ଏକ କଳ୍ପନା ଫଟୋ ମଧ୍ୟ ତିଆରି ହୋଇପାରିବ।

kalyan agarbati

Comments are closed.