ଗଛକୁ ଦିଆଯିବ ପେନ୍‌ସନ୍‌

ହରିୟାଣା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ସରକାର ବରିଷ୍ଠ ନାଗରିକଙ୍କୁ ପେନ୍‌ସନ୍‌ ଦେବା ଭଳି ଏବେ ପୁରୁଣା ଗଛଗୁଡ଼ିକୁ ମଧ୍ୟ ପେନ୍‌ସନ୍‌ ମିଳିବ ବୋଲି ଘୋଷଣା କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ସର୍ବମୋଟ୍ ୬୨ଟି ଗଛକୁ ପେନ୍‌ସନ୍‌ ଦିଆଯିବ। ପରିବେଶର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ହରିୟାଣା ସରକାର ‘ପ୍ରାଣବାୟୁ ଦେବତା’ ପେନ୍‌ସନ୍‌ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ୭୫ ବର୍ଷରୁ ଅଧିକ ବୃକ୍ଷର ଯତ୍ନ ପାଇଁ ବାର୍ଷିକ ୨୫୦୦ ଟଙ୍କା ପେନ୍‌ସନ୍‌ ଦିଆଯିବ। ଯେଉଁ ବ୍ୟକ୍ତିମାନଙ୍କ ଜମିରେ ବୃକ୍ଷ ରୋପଣ କରାଯାଇଛି ସେମାନଙ୍କ ଆକାଉଣ୍ଟକୁ ପେନ୍‌ସନ୍‌ ପରିମାଣ ଆସିବ। ଗଛଗୁଡ଼ିକର ଯତ୍ନ ନେବା ପାଇଁ ସରକାର ବର୍ତ୍ତମାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଯୋଜନା କ୍ଷୁଦ୍ର ଚାଷୀଙ୍କୁ ଉପକୃତ କରିବା ସହ ଚାରାରୋପଣ ପାଇଁ ଉତ୍ସାହିତ କରାଇବ ଏବଂ ପରିବେଶ ମଧ୍ୟ ସୁରକ୍ଷିତ ରହିବ।

kalyan agarbati

Comments are closed.