www.samajalive.in
Monday, December 15, 2025
24.1 C
Bhubaneswar

ଫ୍ରେଣ୍ଡସ କ୍ଲବ ପକ୍ଷରୁ ୫ମ କନ୍ଦରପୁର ରଜ ମହୋତ୍ସବ ପାଳିତ

ଆଠଗଡ: ଆଠଗଡ ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ୩ଦିନ ବ୍ୟାପୀ ୫ମ କନ୍ଦରପୁର ରଜ ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଛି। ଏହି ୩ ଦିନିଆ ରଜ ମହୋତ୍ସବ ଅବସରରେ ପଞ୍ଚାୟତ ଅଞ୍ଚଳର ଯୁବକ, ଛାତ୍ରଛାତ୍ରୀଙ୍କ ପାଇଁ ଦୋଳି ଖେଳ, କବାଡି, ଭଲିବଲ ଏବଂ ଝିଅ ମାନଙ୍କ ପାଇଁ ରଜଦୋଳି, ପୁଚି, ମ୍ୟୁଜିକ୍ ଚେୟାର, ହୁଳ ହୁଳି ଓ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବୁଧବାର ମୁଖ୍ୟଅତିଥି ଭାବେ ଆଠଗଡ ବିକାଶ ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ମହୋତ୍ସବକୁ ଉଦଘାଟନ କରି ରଜ ଅବସରରେ ପାରମ୍ପରିକ କ୍ରୀଡା ଓ ରଜ ପାଳନର ପୌରାଣିକ ଓ ସାମାଜିକ ଆଧାର ସମ୍ପର୍କରେ ଆଲୋଚନା କରିଥିଲେ । ରଜ ସଂକ୍ରାନ୍ତି ଗୁରୁବାର ସନ୍ଧ୍ୟାରେ ଆୟୋଜିତ ହୂଳ ହୁଳୀ ପ୍ରତିଯୋଗିତା, ରଜ କ୍ୱିଜ୍ ଓ ଗ୍ରାମର କୁନି କଳାକାର ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଦିନ ଆୟୋଜକ କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ଯୋଗଦେଇ ଓଡ଼ିଶାର ସ୍ଵତନ୍ତ୍ର ତଥା କୃଷିଭିତ୍ତିକ ଗଣପର୍ବ ରଜର ମାହାତ୍ମ୍ୟ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁଦର୍ଶନ ସାହୁ ଯୋଗଦେଇ ଯୁବଶକ୍ତି ଶୃଙ୍ଖଳିତ ଓ ମିଳିତ ଭାବେ କାର୍ଯ୍ଯ କଲେ ଅସାଧ୍ୟ କାର୍ଯ୍ୟ ସାଧନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ଏବଂ ସାମାଜିକ କାର୍ଯ୍ୟ ପାଇଁ ଯୁବ ସମାଜ ଗ୍ରାମର ଓ ଗ୍ରାମବାସୀଙ୍କ ବିକାଶ ପାଇଁ ସଂକୀର୍ଣ୍ଣ ରାଜନୀତି ଚନ୍ତାଧାରରୁ ଉର୍ଦ୍ଧରେ ରହି ଦଳ, ଜାତି, ବର୍ଣ୍ଣ ଓ ମତକୁ ପଛରେ ପକେଇ ମିଳିତ ଭାବେ ଆଗେଇ ଆସିବାକୁ ଆହ୍ଵାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସାମରିକ କର୍ମଚାରୀ ଇନ୍ଦ୍ରମଣି ସୁତାର ପ୍ରମୁଖ ଯୋଗଦେଇ ଆୟୋଜକ କ୍ଲବର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। କନ୍ଦରପୁର ଗ୍ରାମର ନୃତ୍ୟଗୁରୁ ମଙ୍ଗୁଳି ଚରଣ ଦଳାଇଙ୍କ ନିର୍ଦ୍ଦେଶନାରେ ପାୟଲ ଡ୍ୟନସ ଗ୍ରୁପର କୁନି କଳାକାର ଓ ଗ୍ରାମର ଯୁବକ, ଯୁବତୀ ମାନେ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ ଓ ସେମାନଙ୍କୁ ଅତିଥିମାନେ ପ୍ରମାଣପତ୍ର, ପୁଷ୍ପଗୁଚ୍ଛ ଦେଇ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।

- Advertisement -

ଏହି ଅବସରରେ ଅନୁଷ୍ଠିତ ଭଲିବଲ ପ୍ରତିଯୋଗିତାର ଫାଇନାଲ ରେ ଆଠଗଡ଼ ଦଳକୁ ହରାଇ ଗୋଡିଝରିଆ ଦଳ ଚମ୍ପିୟାନ ହୋଇଥିଲା ଏବଂ କବାଡିରେ କନ୍ଦରପୁରର ମା ବାଉତି ଦଳ ପୁନର୍ବାର ଚମ୍ପିୟାନ ହୋଇଥିଲା ଏବଂ ମୁଖ୍ୟ ଅତିଥି କବାଡି ଓ ଭଲିବଲ୍ ପ୍ରତିଯୋଗିତାର ବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ। କ୍ଲବର ସମ୍ପାଦକ ଭାଷ୍କର ଚନ୍ଦ୍ର ବେହେରା, ଉପ ସଭାପତି ସତ୍ୟାନନ୍ଦ ସାହୁ, ତପନ କୁମାର ସାହୁ, ସଭ୍ୟ ସୂର୍ଯ୍ୟକାନ୍ତ ସେଠୀ, ବାବୁନି ସାହୁ, ବିକାଶ ବେହେରା, ପ୍ରକାଶ ଚନ୍ଦ୍ର ଦଳାଇ ,ପ୍ରଦୀପ ସାହୁ, ଚନ୍ଦନ ନାୟକ, ରାଜୁ ନାଥ, ଜିତେନ୍ଦ୍ର କୁମାର ସାହୁ, ଲୁଲୁ ଦଳେଇ, ଜିତୁ ସାହୁ,ଦିନେଶ ଦଳେଇ, ସଂଜିତ୍ ବାରିକ୍, ସୁଜିତ୍ ଦାସ, କମଳ ଦଳାଇ, ତରୁଣ ସେଠୀ, ସିପୁ ଧଳ, ଗିରିଧାରୀ ବାରିକ, ରବୀନ୍ଦ୍ର ସାହୁ, ସମୀର ଦଳେଇ, ସୁଚିତ୍ର ବେହେରା, କାର୍ତ୍ତିକ ବେହେରା, ମଧୁ ସାହୁ, ଧର୍ମେନ୍ଦ୍ର ସାହୁ ଆଦି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories