ନୂଆ ବର୍ଷ ଅବସରରେ ଆମେ ସମସ୍ତେ ଆଶା କରିଥାଉ କି ଏହି ବର୍ଷର ପ୍ରତିଟି ଦିନ ଭଲ ଓ ସୁଖରେ ଅତିବାହିତ ହେଉ। ନୂଆ ବର୍ଷରେ ନୂଆ ଆଶା ଓ ଉତ୍ତମ ଗୁଣ ସହିତ କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଅଗ୍ରସର ହେବା ଉଚିତ। ପୂର୍ବ ବର୍ଷରେ ଆମେ କ’ଣ କ’ଣ କରିଛେ, କିପରି ଆମ ବର୍ଷ ଯାକର ଦିନ ଅତିବାହିତ ହୋଇଛି, ସେ ସମସ୍ତ କଥାକୁ ଭୁଲି ଆମେ ନବ ବର୍ଷର ଶୁଭାରମ୍ଭ କରିବା ଉଚିତ। ନୂଆ ବର୍ଷ ଆମକୁ ନୂଆ କଥା ଶିଖାଇଥାଏ। ଆମକୁ ଶିଖାଇଥାଏ କି ଆମେ ପୂର୍ବ ବର୍ଷରେ କରିଥିବା ଭୁଲକୁ ଯେପରି ନୂଆବର୍ଷରେ କରିବା ଉଚିତ ନୁହେଁ। ନିଜର ଦିନକୁ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ଏହି ଦିନରେ ସଭିଏଁ ଚେଷ୍ଟା କରିଥାଆନ୍ତି। ସଭିଁଙ୍କ ମନରେ କିଛି ନା କିଛି ନୂଆ ଆରମ୍ଭ କରିବାର ଇଚ୍ଛା ରହିଥାଏ। ନୂଆବର୍ଷ ସଭିଁଙ୍କୁ ଏକ ନୂଆ ମାର୍ଗ ଦେଖାଇଥାଏ। ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ। ଯେପରି ଆମେ ପୁରୁଣା ବର୍ଷ ଶେଷ ହେଲେ ଦୁଃଖ କରିନଥାଉ ବରଂ ନବବର୍ଷର ସ୍ୱାଗତ ଖୁବ ଆନନ୍ଦ ଓ ଉଲ୍ଲାସ ସହ କରିଥାଉ। ସେହିପରି ଆମେ ଜୀବନରେ ବିତିଯାଇଥିବା ଖରାପ ସମୟକୁ ମଧ୍ୟ ମନେ ପକାଇବା ଉଚିତ ନୁହେଁ। ଭବିଷ୍ୟତକୁ ଚକ୍ଷୁ ସମ୍ମୁଖରେ ରଖି ଜୀବନରେ ନୂତନ ଆଶା ସଞ୍ଚାର କରିବା ଉଚିତ।
ନୂଆବର୍ଷ ପାଳନ କରିବାକୁ ବହୁ ସ୍ଥାନରେ ନୃତ୍ୟ, ସଙ୍ଗୀତ, ଖେଳକୁଦର ଆୟୋଜନ କରାଯିବା ସହ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ସଭିଏଁ ଏହାର ମଜା ଉଠାଇଥାଆନ୍ତି।
ଆଲେଖ୍ୟ ସସ୍ମିତା ମହାନ୍ତି
ନୂତନ ଆଶା ସଞ୍ଚାର କରେ ‘ନବବର୍ଷ’
Popular Categories



