ନୂଆବର୍ଷ ପୂର୍ବରୁ ସିଦ୍ଧାର୍ଥ-କିଆରା ବାହାଘର! ବିବାହକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ

ମୁମ୍ବାଇ: ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ଼ଭାନୀ ନିଜ ସମ୍ପର୍କକୁ ନେଇ ଲଗାତର ଚର୍ଚ୍ଚାରେ ରହିଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ନିଜ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ବୀକାର କରିନାହାନ୍ତି। କିନ୍ତୁ ଉଭୟଙ୍କୁ ଅଧିକାଂଶ ସମୟ ଏକତ୍ର ସମୟ ବିତାଉଥିବା ଦେଖିବାକୁ ମିଳେ, ଯେଉଁଥିପାଇଁ କୁହାଯାଉଛି ଯେ ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ଅପରପକ୍ଷେ, ଏବେ ସିଦ୍ଧାର୍ଥ ଓ କିଆରାଙ୍କ ବାହାଘର ଖବର ମଧ୍ୟ ଶୁଣିବାକୁ ମିଳୁଛି। ଇତି ମଧ୍ୟରେ ଦୁହିଁଙ୍କ ବିବାହକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଦୁହେଁ ଚଳିତ ବର୍ଷ ବିବାହ କରିବେ।

prayash

ବିଶେଷ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ, ସିଦ୍ଧାର୍ଥ ଓ କିଆରା ଚଳିତ ବର୍ଷ ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଦୁହେଁ ବିବାହ ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରି ସାରିଥିବା ଜଣାପଡ଼ିଛି। ତେବେ ଉଭୟଙ୍କ ପରିବାର ପକ୍ଷରୁ କେହି ଏହି ବିବାହ ବିଷୟରେ କହିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଉଭୟ ପକ୍ଷରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବିବାହ ପରେ ଦୁହେଁ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ ଦେବେ।

 

kalyan agarbati

Comments are closed.