www.samajalive.in
Saturday, December 6, 2025
23.1 C
Bhubaneswar

ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ

ଡେସ୍କ: ଆଜିଠାରୁ (ଏପ୍ରିଲ ପହିଲା) ଆରମ୍ଭ ହେଉଥିବା ଆର୍ଥିକ ବର୍ଷରେ ଟିକସ ବ୍ୟବସ୍ଥାରେ କୌଣସି ନୂଆ ପରିବର୍ତ୍ତନ କରାଯିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ସୂଚନାକୁ ମନ୍ତ୍ରଣାଳୟ ବିଭ୍ରାନ୍ତିକର ବୋଲି ଖଣ୍ଡନ କରିଛି। ମନ୍ତ୍ରଣାଳୟ କହିଛି ଯେ ନୂତନ ଟିକସ ବ୍ୟବସ୍ଥା ମୁଖ୍ୟତଃ ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ଲାଗୁ ହେବ। ଏହା ୨୦୨୩-୨୪ ଆର୍ଥିକ ବର୍ଷରୁ ଡିଫଲ୍ଟ ବ୍ୟବସ୍ଥା ଭାବେ ଲାଗୁ ହେବ। ନୂଆ ଟିକସ ବ୍ୟବସ୍ଥାରେ ଟିକସ ହାର ବହୁତ କମ୍ କିନ୍ତୁ ଏଥିରେ ଦରମାରୁ ୫୦ ହଜାର ଟଙ୍କା ଏବଂ ପାରିବାରିକ ପେନସନରୁ ୧୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଭଳି ସୁବିଧା ଅନ୍ତର୍ଭୁକ୍ତ ନାହିଁ। ମନ୍ତ୍ରଣାଳୟ କହିଛି ଯେ, ଯଦିଓ ନୂଆ ଟିକସ ବ୍ୟବସ୍ଥା ଏକ ଡିଫଲ୍ଟ ଟିକସ ବ୍ୟବସ୍ଥା ଅଟେ, କିନ୍ତୁ ଜଣେ ଟିକସଦାତା ନିଜ ଫାଇଦା ଅନୁଯାୟୀ ଦୁଇଟି ମଧ୍ୟରୁ ଗୋଟିଏ ଚୟନ କରିପାରିବେ।

ହୃଦଘାତ ସହ ଅନେକ ରୋଗ ଦୂର କରେ ଏହି ଚଟଣି..

- Advertisement -

୨୦୨୪-୨୫ ଆକଳନ ବର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ନୂତନ ଟିକସ ବ୍ୟବସ୍ଥାରୁ ବାହାରିବାର ବିକଳ୍ପ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। କୌଣସି ବ୍ୟବସାୟିକ ଆୟ ନଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପ୍ରତି ଆର୍ଥିକ ବର୍ଷ ପାଇଁ ଟିକସ ବ୍ୟବସ୍ଥା ଚୟନ କରିବାର ବିକଳ୍ପ ରହିବ। ଗୋଟିଏ ଆର୍ଥିକ ବର୍ଷରେ ନୂଆ ଟିକସ ବ୍ୟବସ୍ଥା ଏବଂ ଦ୍ବିତୀୟ ବର୍ଷରେ ପୁରୁଣା ଟିକସ ବ୍ୟବସ୍ଥା ଚୟନ କରାଯାଇପାରିବ।

ଏପ୍ରିଲ ମାସରେ ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ: ହଠାତ୍‌‌ ମିଳିବ ଧନ..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories