www.samajalive.in
Saturday, December 6, 2025
26.1 C
Bhubaneswar

ହୃଦଘାତ ସହ ଅନେକ ରୋଗ ଦୂର କରେ ଏହି ଚଟଣି..

ଖରାଦିନେ ଲୋକେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାର ଚଟଣିର ବ୍ୟବହାର କରି ଥାଆନ୍ତି। ସେହି ଚଟଣି ମଧ୍ୟରୁ ଗୋଟିଏ ହେଉଛି ଧନିଆପତ୍ରର ଚଟଣି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିବା ସହ ହୃଦୟ, ତ୍ୱଚା, ମସ୍ତିଷ୍କ, ହଜମ କ୍ରିୟା ପାଇଁ ମଧ୍ୟ ଉପକାରୀ। ଜାଣନ୍ତୁ ଧନିଆପତ୍ର ଚଟଣି ଖାଇବା ଦ୍ୱାରା କି କି ଲାଭ ମିଳିଥାଏ..

ଧନିଆପତ୍ର ଚଟଣି ସେବନ କରିବା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ। ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।

- Advertisement -

ଧନିଆପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ମଧ୍ୟ ରହିଛି। ଏହାସହ ଏହା କର୍କଟ ରୋଗରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ।

ଧନିଆପତ୍ର ଚଟଣି ସେବନ କରିବା ଦ୍ୱାରା ଖରାପ କୋଲେଷ୍ଟେରୋଲ୍‌‌ କମ୍‌‌ କରିବା ସହ ଭଲ କୋଲେଷ୍ଟେରୋଲ୍‌‌ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯାଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏହାସହ ହୃଦଘାତ,ଷ୍ଟ୍ରୋକ୍‌‌ ଭଳି ଗମ୍ଭୀର ସମସ୍ୟାରୁ ରକ୍ଷା କରିଥାଏ।

ଧନିଆପତ୍ରରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ମସ୍ତିଷ୍କ ଜନିତ ସମସ୍ୟା ସୃଷ୍ଟି ହେବାକୁ ଦେଇନଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।

ଧନିଆପତ୍ର ପେଟ ଜନିତ ସମସ୍ତ ସମସ୍ୟାରୁ ରକ୍ଷା କରିଥାଏ। ପେଟରେ ସୃଷ୍ଟି ହେଉଥିବା ଗ୍ୟାଷ୍ଟ୍ରିକକୁ ମଧ୍ୟ ଦୂର କରିଥାଏ। ସଠିକ୍‌‌ ମାତ୍ରାରେ ଭୋକ ମଧ୍ୟ ହୋଇଥାଏ।

ନିୟମିତ ଧନିଆପତ୍ରକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ତ୍ୱଚାର ବୟସ ଜନିତ ଲକ୍ଷଣକୁ କମ୍‌‌ କରିଥାଏ। ଯାଦ୍ୱାରା ମୁହଁରେ କୁଞ୍ଚନ,ଦାଗ ଆଦି ସୃଷ୍ଟି ହୋଇନଥାଏ। ତ୍ୱଚା ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories