www.samajalive.in
Saturday, December 6, 2025
14.1 C
Bhubaneswar

ବିଧାନସଭା ପ୍ରାର୍ଥୀ ତାଲିକାକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ବିଜେପି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବ ହେତୁ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଦଳର ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ‘ଓଡ଼ିଶା ବିଜେପି ପାଖରେ ୧୪୭ ଆସନ ପାଇଁ ପ୍ରାର୍ଥୀ ନାହାଁନ୍ତି। ଯେହେତୁ ପ୍ରାର୍ଥୀ ନାହାଁନ୍ତି ତେଣୁ ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରେ ଟିକେଟ ପାଇନଥିବା ନେତା ଏବଂ ଅପରାଧିକ କାମରେ ଲିପ୍ତ ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଭରସା କରୁଛି। ଦଳ କେବଳ ତାଲିକା କରି ସେଥିରେ ନିର୍ବାଚନ ମଣ୍ଡଳୀର ନାଁ ଲେଖିଛି। ପ୍ରାର୍ଥୀଙ୍କ ନାଁ ଏପର୍ଯ୍ୟନ୍ତ ଖାଲିପଡିଛି। ଗାଁ ଗଣ୍ଡା, ବସଷ୍ଟାଣ୍ଡ, ରେଲୱେ ପ୍ଲାଟଫର୍ମ ଯେଉଁଠି ପାଉଛନ୍ତି ସେଠୁ ପ୍ରାର୍ଥୀ ଆଣି ଲୋକଙ୍କୁ ପ୍ରାର୍ଥୀ କରୁଛନ୍ତି। ୧୪୭ତ ଦୂରର କଥା ୮୦ଟି ଆସନ ପାଇଁ ମଧ୍ୟ ପ୍ରାର୍ଥୀ ମିଳୁନାହାଁନ୍ତି। ଏହା ହେଉଛି ରାଜ୍ୟରେ ବିଜେପିର ସ୍ଥିତି। ଯାହାକୁ ଦେଖି ରାଜ୍ୟବାସୀ ହସୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories